
ନୂଆପଡ଼ା, ୧୩ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡିଆଳ ସହର ମଧ୍ୟରେ ଏକ ଦୋକାନରୁ ଚୋରି ଘଟଣା ନେଇ ଖଡିଆଳ ପୋଲିସ ଆଜି ଜଣେ ଚୋରକୁ ଗିରଫ କରି କୋର୍ଟଚାଲାଣ କରିଛି। ଉକ୍ତ ଚୋର ଜଣକ ଖଡିଆଳ ସହରରେ ଶାନ୍ତିନଗର ଶୁଭମ ଜେନା ବୋଲି ଜଣାପଡିଛି। ତାଙ୍କ ଠାରୁ ୩୦ ହଜାର ଟଙ୍କା ନଗଦ ଜବତ ହୋଇଥିବା ବେଳେ ଦୁଇ ଗୋଟି ମୋବାଇଲ୍ ଜବତ ହୋଇଅଛି।
ଗତ ୧୦ ତାରିଖ ଦିନ ଖଡିଆଳ ସହରର ୱାର୍ଡ ନଂ ୬ ରେ ଥିବା ରୋହିତ ପୂଜା ଭଣ୍ଡାର ଦୋକାନ ସଟର ଭାଙ୍ଗି ସେ ଚୋରି କରିଥିଲେ। ଦୋକାନରୁ ୪୦ ହଜାର ଟଙ୍କା ଚୋରି କରିଥିବା ବେଳେ ପୋଲିସ ସିସିଟିଭି ଫୁଟେଜକୁ ଦେଖି ତଦନ୍ତ ଆରମ୍ଭ କରିଥିଲେ। ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ନେଇ ଖଡିଆଳ ଥାନାଧିକାରୀ ଦିଲୀପ କୁମାର ସାହୁ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ