ଗଜସାଥି ଦକ୍ଷତା ବୃଦ୍ଧି ତାଲିମ ଶିବିର
ଚମ୍ପୁଆ, ୧୩ ଡିସେମ୍ବର (ହି.ସ.) - ଚମ୍ପୁଆ ରେଞ୍ଜ ତରଫରୁ ଚମ୍ପୁଆ ନଗର ଭବନ ଠାରେ ବନାଂଚଳ ସ୍ତରୀୟ ବନ ସୁରକ୍ଷା ସମିତି ସମନ୍ନୟ ବୈଠକ ଓ ଗଜସାଥି ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହେଇଯାଇଛି। ଚମ୍ପୁଆ ରେଞ୍ଜ ଅଧିକାରୀ ଅକ୍ଷୟ କୁମାର ଛତ୍ରିଆଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଇଯ
ଗଜସାଥି ଦକ୍ଷତା ବୃଦ୍ଧି ତାଲିମ ଶିବିର


ଚମ୍ପୁଆ, ୧୩ ଡିସେମ୍ବର (ହି.ସ.) - ଚମ୍ପୁଆ ରେଞ୍ଜ ତରଫରୁ ଚମ୍ପୁଆ ନଗର ଭବନ ଠାରେ ବନାଂଚଳ ସ୍ତରୀୟ ବନ ସୁରକ୍ଷା ସମିତି ସମନ୍ନୟ ବୈଠକ ଓ ଗଜସାଥି ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହେଇଯାଇଛି। ଚମ୍ପୁଆ ରେଞ୍ଜ ଅଧିକାରୀ ଅକ୍ଷୟ କୁମାର ଛତ୍ରିଆଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଇଯାଇଛି। ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମୂଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଚମ୍ପୁଆ ତହସିଲଦାର ସଜତ ମାର୍କେ, ଡେପୁଟି କଲେକ୍ଟର ସମରେନ୍ଦ୍ର ଦାସ ପ୍ରମୁଖ ଯେକ୍ଷଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଚମ୍ପୁଆ ରେଞ୍ଜର ୬୭ ଜଣ ଗଜସାଥି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଗଜସାଥି ଟ୍ରେନର ସୁବ୍ରତ ବିଶ୍ୱାଳ, ଅରବିନ୍ଦ ମାଝୀ ଯୋଗ ଦେଇ ଗଜସାଥିଙ୍କୁ ହାତୀଙ୍କୁ ନିୟନ୍ତ୍ରଣ କରିବାର ବିଭିନ୍ନ କୈଶଳ ସଂପର୍କରେ ତାଲିମ ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande