
କେନ୍ଦ୍ରାପଡ଼ା, ୧୩ ଡିସେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଗୋପ ସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡ଼ାର ଅଭ୍ୟନ୍ତରୀଣ ଗୁଣବତା ନିର୍ଦ୍ଧାରଣ କୋଷ(ଆଇ.କ୍ୟୁ.ଏ.ସି.) ପକ୍ଷରୁ ‘ଅନୁବନ୍ଧିତ ମହାବିଦ୍ୟାଳୟ ପାଇଁ ନାକ୍ ବାଇନାରୀ ମାନ୍ୟତା’ ଶୀର୍ଷକକୁ ନେଇ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ମଥୁରି ଚରଣ ନାୟକ ପୌରୋହିତ୍ୟ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆଇ.କ୍ୟୁ.ଏ.ସି.ର ସଂଯୋଜିକା ଡ଼ ଏରିକା ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଏନ୍.ଆଇ.ଟି.ଟି.ଟି.ଆର୍., କଲିକତାର ପ୍ରାଧ୍ୟାପକ ଡ଼ ଆର୍ତ. ସୁବାରାଓ ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ଅନୁବନ୍ଧିତ ମହାବିଦ୍ୟାଳୟ ପାଇଁ ନାକ୍ ବାଇନାରୀ ମାନ୍ୟତା ସମ୍ପର୍କିତ ତଥ୍ୟ ଓ ମନ୍ତବ୍ୟ ପ୍ରଦାନ କରିଥିଲେ। ଏନ୍.ଆଇ.ଟି.ଟି.ଟି.ଆର୍., ଭୁବନେଶ୍ୱରର ପ୍ରାଧ୍ୟାପକ ଉତ୍କଳ ରଞ୍ଜନ ଦାସ ନାକ୍ ମାନ୍ୟତାର ଗୁରୁତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି କର୍ମଶାଳାରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ପ୍ରତିନିଧିମାନେ ଯୋଗଦେଇଥିବାବେଳେ ଉଦ୍ଯାପନୀ ପର୍ବରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣ ପତ୍ର ବିତରଣ କରାଯାଇଥିଲା। ଶେଷରେ ମହାବିଦ୍ୟାଳୟର ପ୍ର୍ରଶାସନିକ ଅଧିକାରୀ ଶ୍ରୀମତୀ ସବିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଡ଼ ଶକ୍ତିଶେଖର ଦାଶ କାର୍ଯ୍ୟକ୍ରମର ସଂଯୋଜନା କରିଥିଲାବେଳେ ପ୍ରାଧ୍ୟାପକ ତପନ କୁମାର ଦାସ, ଡ଼ ଆଶୁତୋଷ ରାଉତ ତଥା ଆଇ.କ୍ୟୁ.ଏ.ସି. ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି