କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଙ୍କ ଠାରୁ ବନ୍ଧୁକ ଜବତ, ପୋଲିସର ତନାଘନା
କେନ୍ଦ୍ରାପଡ଼ା, ୧୩ ଡିସେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ଅଂଚଳର କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଏକ ଘଟଣା ସ୍କୁଲ ପରିସରରେ ଆତଙ୍କ ଖେଳାଇ ଦେଇଛି। ଧାନମଣ୍ଡଳ ଅଂଚଳର ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ଅଂଟାରୁ ଏକ ବନ୍ଧୁକ ଏବଂ ଗୁଳି ଜବତ ହେବା ସହିତ ବିଦ୍ୟାଳୟ ପରିସରରେ ଭୟର ବାତା
--------କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଛାତ୍ରଙ୍କ ଠାରୁ ବନ୍ଧୁକ ଜବତ


କେନ୍ଦ୍ରାପଡ଼ା, ୧୩ ଡିସେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ଅଂଚଳର କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଏକ ଘଟଣା ସ୍କୁଲ ପରିସରରେ ଆତଙ୍କ ଖେଳାଇ ଦେଇଛି। ଧାନମଣ୍ଡଳ ଅଂଚଳର ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ଅଂଟାରୁ ଏକ ବନ୍ଧୁକ ଏବଂ ଗୁଳି ଜବତ ହେବା ସହିତ ବିଦ୍ୟାଳୟ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସଂପୃକ୍ତ ଛାତ୍ର ଖେଳ ଶିକ୍ଷକଙ୍କୁ ଧମକ ଦେବାପାଇଁ ପୂର୍ବରୁ ମଧ୍ୟ ବନ୍ଧୁକ ନେଇ ଆସିଥିଲା। ଆଜି ମଧ୍ୟ ବନ୍ଧୁକ ନେଇ ଆସିଥିବାବେଳେ ଅନ୍ୟ ପିଲାମାନେ ଏହାକୁ ଦେଖି ଶିକ୍ଷକଙ୍କୁ ସୂଚନା ଦେଇଥିଲେ। ସୁଚନା ଅନୁଯାୟୀ, ବିଦ୍ୟାଳୟର ଖେଳ ଶିକ୍ଷକଙ୍କୁ ବିରୋଧ କରି ଛାତ୍ର ଜଣକ ଧମକ ଦେଇଥିବା ଅଭିଯୋଗ ମଧ୍ୟ ଆସିଛି। ପୂର୍ବରୁ ମଧ୍ୟ ଏହି ଛାତ୍ର ବିଦ୍ୟାଳୟକୁ ଅନେକଥର ବନ୍ଧୁକ ଆଣିଥିବା ଅଭିଯୋଗ ଉଠିଥିବାରୁ ଘଟଣାର ଗୁରୁତ୍ୱ ଅଧିକ ବୃଦ୍ଧି ପାଇଛି। ଖେଳ ଶିକ୍ଷକ ବନ୍ଧୁକ ଜବତ କରିବା ପରେ ଛାତ୍ର ସ୍କୁଲ କର୍ତୃପକ୍ଷଙ୍କୁ ମଧ୍ୟ ଧମକ ଦେଇଥିବା ସୂତ୍ରରୁ ଜଣାପଡ଼ିଛି। ଶିକ୍ଷା ବିଭାଗର ନିର୍ଦ୍ଦେଶରେ ଏତଲା ଦିଆଯିବାପରେ ଘଟଣାସ୍ଥଳରେ ପୋଲିସ ପହଂଚିଛି। ଘଟଣା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ କୁଦାନଗରୀ ଥାନାରେ ଔପଚାରିକ ଏତଲା ଦାଖଲ ହେବାପରେ ପୋଲିସ ବିଦ୍ୟାଳୟରେ ପହଂଚିବା ସମୟରେ ଅଭିଯୁକ୍ତ ଛାତ୍ର ଖସି ପଳାଇବାକୁ ଚେଷ୍ଟା କରିଥିଲେ। ମାତ୍ର ପୋଲିସକୁ ଲୁଚକାଳୀ ଖେଳି ଅବଶେଷରେ ଛାତ୍ର ଜଣକ ନାକେଦମ କରି ଧରାପଡ଼ିଛି। ଏନେଇ ଅଭିଭାବକଙ୍କୁ ଖବର ଦିଆଯିବା ସହ ସ୍ୱଧାର ଆଶ୍ରୟ ସ୍ଥଳକୁ ଛାତ୍ରକୁ ପଠାଯିବ। ନିୟମାନୁସାରେ, ଏପରି ଗୁରୁତ୍ୱ ଆଚରଣ କରୁଥିବା ନାବାଳକଙ୍କୁ ସ୍ୱଧାର ଆଶ୍ରୟ ସ୍ଥଳକୁ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ବନ୍ଧୁକ କେଉଁଠୁ ଆସିଲା ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିବା ସହ ବନ୍ଧୁକ ଏବଂ ଗୁଳି ଜବତ କରି ଏହାକୁ କିଏ ଦେଇଛି, କେଉଁଠୁ ଆସିଛି, ଏବଂ ପଛ ପଟର ଉଦ୍ଦେଶ୍ୟ କ’ଣ ସେ ନେଇ ତଦନ୍ତ ଆରମ୍ଭ କରିଛି। କେନ୍ଦ୍ରାପଡ଼ାରେ ଚୋରା ବନ୍ଧୁକ ଜାଲ ବ୍ୟାପିଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ବିଭିନ୍ନ ଅଂଚଳରେ ଶତାଧିକ ଚୋରା ବନ୍ଧୁକ ଚାଲାଣ ହେଉଛି। ଜଣେ ଛାତ୍ରଙ୍କ ହାତରେ ଏପରି ବିପଜ୍ଜନକ ଅସ୍ତ୍ର ପହଂଚିଯିବା ଏହି ଚୋରା ବନ୍ଧୁକ ଜାଲର ଗଭୀରତାକୁ ଇଙ୍ଗିତ କରିଛି। ଜିଲ୍ଲାବାସୀଙ୍କ ମଧ୍ୟରେ ଅଶାନ୍ତି ଏହି ଘଟଣା ପରେ ଅଭିଭାବକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ବୃଦ୍ଧି ପାଇଛି। ବିଦ୍ୟାଳୟ ପରିସରରେ ଶିକ୍ଷା ପରିବେଶ ନିରାପଦ କରିବା ପାଇଁ ପୋଲିସ ଓ ଶିକ୍ଷା ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଉଠିଛି। ତେବେ ମିଳିଥିବା ସୂଚନା ମୁତାବକ ସଂପୃକ୍ତଛାତ୍ରକୁ ସ୍ୱଧାର ଗୃହକୁ ପଠାଯିବା ସହ ଜବତ ହୋଇଥିବା ବନ୍ଧୁକକୁ ପୋଲିସ ପରୀକ୍ଷା ପାଇଁ ଫରେନସିକ ଲାବୋଟାରୀକୁ ପଠାଇଛି। ଏବଂ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଚୋରା ବନ୍ଧୁକ କାରବାରର ମୂଳ ଖୋଜିବା ପାଇଁ ୨-୩ ଜାଗାରେ ଚଢ଼ାଉ କରାଯାଇ ଥିବା ସୂଚନା ମିଳିଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande