ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ କାର୍ଯ୍ୟକାରୀ କର : କଂଗ୍ରେସ
ଭୁବନେଶ୍ୱର, ୧୩ ଡିସେମ୍ବର (ହି.ସ)- ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ ଡିସେମ୍ବର ୧୩, ୨୦୦୫ ମସିହାରେ ପାର୍ଲିଆମେଣ୍ଟରେ ଗୃହୀତ ହୋଇଥିଲା । ଏହି ଆଇନର ମୂଳ ଲକ୍ଷ ଥିଲା ଜଙ୍ଗଲ ଓ ଜୈବ ବିବିଧତାର ସୁରକ୍ଷା ଓ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ଗ୍ରାମବାସୀଙ୍କ ଜୀବନ ଜୀବିକାକୁ ସୁଦୃଢ କରିବା ।୨୦୨୩ ପର୍ଯ୍ୟ
ିୁାୀୂରପବହର


ଭୁବନେଶ୍ୱର, ୧୩ ଡିସେମ୍ବର (ହି.ସ)- ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ ଡିସେମ୍ବର ୧୩, ୨୦୦୫ ମସିହାରେ ପାର୍ଲିଆମେଣ୍ଟରେ ଗୃହୀତ ହୋଇଥିଲା । ଏହି ଆଇନର ମୂଳ ଲକ୍ଷ ଥିଲା ଜଙ୍ଗଲ ଓ ଜୈବ ବିବିଧତାର ସୁରକ୍ଷା ଓ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ଗ୍ରାମବାସୀଙ୍କ ଜୀବନ ଜୀବିକାକୁ ସୁଦୃଢ କରିବା ।୨୦୨୩ ପର୍ଯ୍ୟନ୍ତ ଓଡ଼ିଶାର ବିଜେଡି ସରକାର ଏହି ଆଇନକୁ ଠିକ ଭାବେ କାର୍ଯ୍ୟକାରୀ ହୋଇନଥିବାର ସ୍ୱୀକାର କରି ମୋ ଜଙ୍ଗଲ ଜମି ଯୋଜନା ଶୁଭାରମ୍ଭ କରିଥିଲେ ଯାହାର ଲକ୍ଷ୍ୟ ଥିଲା କଂଗ୍ରେସ ଦ୍ୱାରା ପ୍ରଣୋଦିତ ୨୦୦୬ ର ସଫଳ ରୂପାୟନ । ଏଥିପାଇଁ ପ୍ରତି ତହସିଲ ଓ ଆଇଆଇଡିଏ ଅଫିସରେ ଫରେଷ୍ଟ ରାଇଟ ଏକ୍ଟ ସେଲ ଖୋଲାଯାଇ ଜଙ୍ଗଲ ଅଧିକାର ସମ୍ପର୍କିତ କାମକୁ ତ୍ୱରାନ୍ୱିତ କରା ଯାଉଥିଲା । କିନ୍ତୁ ଟଙ୍କା ନାହିଁ କହି ଏବେକାର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରି ଦେଇଛି । ତେଣୁ ଏବେ ଯେମିତି ବିଜେଡି ଅମଳରେ ଆଦିବାସୀ ମାନେ ବ୍ୟକ୍ତିଗତ ଓ ସାମୁହିକ ଜଙ୍ଗଲ ଜମି ସ୍ୱୀକୃତି ପତ୍ରରୁ ବଞ୍ଚିତ ହୋଇଥିଲେ ସେହିପରି ବଞ୍ଚିତ ହୋଇ ରହିବେ । ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ମାନେ ବିନା ଜଙ୍ଗଲ ଜମି ପଟ୍ଟାରେ ଅନେକ ସରକାରୀ କାର୍ଯ୍ୟକ୍ରମରୁ ବଞ୍ଚିତ ହେବେ । ତେଣୁ ସରକାର ୩୦ ହଜାର ପାଖାପାଖି ଗାଁ କୁ ଜଙ୍ଗଲ ପରିଚାଳନାର ଅଧିକାର ଦେଇ ସମସ୍ତ ଜଙ୍ଗଲ ପରିଚାଳନା ଖର୍ଚ୍ଚ ଗ୍ରାମସଭା ମାଧ୍ୟମରେ କରାନ୍ତୁ ବୋଲି କଂଗ୍ରେସ ଦାବି କରିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ସୁଧାଂଶୁ ଦେଓ କହିଛନ୍ତି ଯେ ବ୍ୟକ୍ତିଗତ ଭାବେ ଚାଷବାସ ପାଇଁ ବ୍ୟବହାର କରୁଥିବା ସମସ୍ତ ଆଦିବାସୀଙ୍କୁ ତୁରନ୍ତ ବ୍ୟକ୍ତିଗତ ପଟ୍ଟା ଯୋଗାଇ ଦିଅନ୍ତୁ । ବିଭିନ୍ନ ପ୍ରକାର ବନଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ଓ ବିକ୍ରୀ ପାଇଁ ଗ୍ରାମସଭା ସ୍ତରରେ କାର୍ଯ୍ୟକ୍ରମ ହାତକୁ ନିଅନ୍ତୁ ।

ଉପସ୍ଥିତଥିବା ମୁଖପାତ୍ର ଡଃ ମନୀଷା ଦାସ ପଟ୍ଟନାୟକ କହିଲେ, ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ଆଦିବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା ।ନକଲି ଗ୍ରାମସଭାକୁ ତୁରନ୍ତ ବନ୍ଦ କରାଯାଉ। ୨୦୦୬ ଆଇନ ଅନୁଯାଇ ଆଦିବାସୀଙ୍କ ସୁରକ୍ଷା ପ୍ରଦାନ କରାଯାଉ । କଂଗ୍ରେସ ସବୁବେଳେ ଆଦିବାସୀଙ୍କ ଅଧିକାର କଥା କହେ ସେଥିପାଇଁ ଆଇନ ମଧ୍ୟ କଂଗ୍ରେସ ସରକାର ଆଣିଥିଲା। ଆଦିବାସୀଙ୍କ ସୁରକ୍ଷା ତଥା ଅଧିକାର ହେଉଛି କଂଗ୍ରେସର ପ୍ରାଥମିକତା ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande