ସରଂକ୍ଷିତ ହେବ ରାମୁ ହାତୀର କଙ୍କାଳ
ଭୁବନେଶ୍ୱର, ୧୩ ଡିସେମ୍ବର (ହି.ସ)- ରାମୁ ହାତୀ କଙ୍କାଳ ସରଂକ୍ଷଣ ପ୍ରସଙ୍ଗରେପ୍ରତିକ୍ରିୟା ରଖି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ କହିଛନ୍ତି ଯେ ଆଗାମୀ ଭବିଷ୍ୟତ ପାଇଁ ରାମୁ ହାତୀର କଙ୍କାଳକୁ ସରଂକ୍ଷଣ କରାଯିବ। ଯେହେତୁ ସବୁଠୁ ବୟଜ୍ୟେଷ୍ଠ ହାତୀର କଙ୍କାଳ ତାଙ୍କ ଶରୀର ଆଗାମୀ ସମ
ସରଂକ୍ଷିତ ହେବ ରାମୁ ହାତୀର କଙ୍କାଳ


ଭୁବନେଶ୍ୱର, ୧୩ ଡିସେମ୍ବର (ହି.ସ)- ରାମୁ ହାତୀ କଙ୍କାଳ ସରଂକ୍ଷଣ ପ୍ରସଙ୍ଗରେପ୍ରତିକ୍ରିୟା ରଖି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ କହିଛନ୍ତି ଯେ ଆଗାମୀ ଭବିଷ୍ୟତ ପାଇଁ ରାମୁ ହାତୀର କଙ୍କାଳକୁ ସରଂକ୍ଷଣ କରାଯିବ। ଯେହେତୁ ସବୁଠୁ ବୟଜ୍ୟେଷ୍ଠ ହାତୀର କଙ୍କାଳ ତାଙ୍କ ଶରୀର ଆଗାମୀ ସମାଜ ଶିକ୍ଷଣୀୟ ପାଇଁ ରଖାଯିବ। ତାଙ୍କର ମାନ ସମ୍ମାନ ପାଇଁ ଏହା ରଖାଯିବ ଓଡିଶା ଭଳି ରାଜ୍ୟରେ ତାଙ୍କ ମୃତ୍ୟୁ ହଜମ କରି ହେଉନି। ଏହା ଉପରେ ମଧ୍ୟ ରିସର୍ଚ୍ଚ କରାଯିବ। ଏହି ଅଂଚଳରେ ଜୀବ ଜନ୍ତୁଙ୍କ ସହ କିପରି ଆଡ଼ଜଷ୍ଟ ସେ ହେଲେ ସେ ନେଇ ଅନୁଧ୍ୟାନ କରାଯିବ। ଆଗକୁ କିପରି ସେ ଅଂଚଳକୁ ଆସୁଥିବା ଯିବ ଜନ୍ତୁ ଆଡ଼ଜଷ୍ଟ କରିବେ ସେ ନେଇ ଅନୁଧ୍ୟାନ କରାଯିବ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ବିକାଶ ଆଗକୁ ଅଗ୍ରସର ହେଉଥିବା କାରଣରୁ ଜଙ୍ଗଲ କ୍ଷୟ ହେଉଛି. ଧୀରେ ଧୀରେ ଜଙ୍ଗଲ କ୍ଷୟ ହେଉଛି। ସ୍ୱାଧୀନତା ବେଳେ ୬୨୦୦୦ ବର୍ଗ କିମି ଥିବା ବେଳେ ଏବେ ୫୨୦୦୦ ରହିଛି. ବିଭିନ୍ନ ପ୍ରକାର ଅସାମାଜିକ ଲୋକବି ଏହାର ଫାଇଦା ଉଠଉଛନ୍ତି। ସ୍ୱାଧୀନତା ବେଳକୁ ଯେତିକି ଜଙ୍ଗଲ ଥିଲା ଏବେ ସଂଖ୍ୟା କମିଛି. ରାଜ୍ୟରେ ଏବେ ୩୩ ପ୍ରତିଶତ ଜଙ୍ଗଲ ରହିଛି। ଯେଉଁଥିରେ ୧୮୦୦ ହାତୀ ରହିବା କଥା ମାତ୍ର ଆମର ୨୩୦୦ ରୁ ଅଧିକ ହାତୀ ଅଛନ୍ତି. ଯେଉଁ ହାତୀ ବାହାରେ ବୁଲୁଛନ୍ତି ଉଚିତ ପରିବେଶ ନାହିଁ। ରାଜ୍ୟର କିଛି ଅଞ୍ଚଳକୁ ଛାଡିଦେଲେ ସେମିତି ସୁବିଧା ନଥିବାରୁ ଏହି ଦୃଶ୍ୟ ସାମ୍ନାକୁ ଆସୁଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande