
ଭୁବନେଶ୍ୱର, 13 ଡିସେମ୍ବର (ହି.ସ.)- ଭୁବନେଶ୍ଵରରେ
ଆୟୋଜିତ ହୋଇଛି ଇଣ୍ଟରନ୍ୟାସନାଲ କନ୍ଫରେନ୍ସ ପୂର୍ବୋଦ୍ୟୋୟ ପ୍ରସ୍ପେପେକ୍ଟିଭ 2025 । ସମ୍ମିଳନୀ
ଆଜି ଆରମ୍ଭ ହୋଇ ଦୁଇ ଦିନ ଧରି ଚାଲିବ କାର୍ଯ୍ୟକ୍ରମ । ଏନର୍ଜି ଫୋରମ୍, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ସିଆଇଆଇର
ମିଳିତ ସହଯୋଗରେ ଆୟୋଜିତ ହୋଇଛି ଏହି ପୂର୍ବଦ୍ୟୋୟ ସମ୍ମିଳନୀର ତୃତୀୟ ସଂସ୍କରଣ । ଓଡ଼ିଶା ସମେତ
ପୂର୍ବ ଭାରତ ସୀମାବର୍ତ୍ତୀ ରାଜ୍ୟ ଗୁଡ଼ିକ ସହ ଦକ୍ଷିଣ ପୂର୍ବ ଏସିଆକୁ ଯୋଡ଼ିବା ପାଇଁ ଥିବା
ସମ୍ଭାବନାକୁ ନେଇ ହେବ ମାନସ ମନ୍ଥନ । କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପାଟି,
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନେପାଳର
ରାଷ୍ଟ୍ରଦୂତ ଡକ୍ଟର ଶଙ୍କର ପ୍ରସାଦ ଶର୍ମା, କେନ୍ଦ୍ର ବୈଦେଶିକ
ବ୍ୟାପାର ବିଭାଗ ଯୁଗ୍ମ ସଚିବ ଅପର୍ଣ୍ଣା ରାୟ, ଦକ୍ଷିଣ ଏସୀୟ ରାଷ୍ଟ୍ର
ଗୁଡ଼ିକର ପ୍ରତିନିଧି, ବୁଦ୍ଧିଜୀବୀ, ବିଭିନ୍ନ
ଶିଳ୍ପାନୁଷ୍ଠାନର ଓ କମ୍ପାନୀ ମୁଖ୍ୟ ମାନେ ଯୋଗ ଦେବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା