୨୨ରେ ମହାନଦୀ ଉଚ୍ଚସ୍ତରୀୟ କମିଟି ବୈଠକ
ଭୁବନେଶ୍ୱର, ୧୩ ଡିସେମ୍ବର (ହି.ସ)- ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ ନେଇ ୨୨ ତାରିଖରେ ଉଚ୍ଚସ୍ତରୀୟ କମିଟି ବୈଠକ ବସିବ। ମହାନଦୀ ଉଚ୍ଚସ୍ତରୀୟ କମିଟି ଜୟ ନାରାୟଣ ମିଶ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସଦସ୍ୟ କମିଟି ଅଧ୍ୟକ୍ଷ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ସମେତ ଏହି କମିଟି ବରିଷ
୨୨ରେ ମହାନଦୀ ଉଚ୍ଚସ୍ତରୀୟ କମିଟି ବୈଠକ


ଭୁବନେଶ୍ୱର, ୧୩ ଡିସେମ୍ବର (ହି.ସ)- ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ ନେଇ ୨୨ ତାରିଖରେ ଉଚ୍ଚସ୍ତରୀୟ କମିଟି ବୈଠକ ବସିବ। ମହାନଦୀ ଉଚ୍ଚସ୍ତରୀୟ କମିଟି ଜୟ ନାରାୟଣ ମିଶ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସଦସ୍ୟ କମିଟି ଅଧ୍ୟକ୍ଷ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ସମେତ ଏହି କମିଟି ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବ । ଆଗକୁ ସରକାର କଣ ପଦକ୍ଷେପ ନେବେ କମିଟିରେ ସ୍ଥିର ହେବ । ମହାନଦୀ ବିବାଦ ସମାଧାନ ପାଇଁ ସରକାରଙ୍କ ପଦକ୍ଷେପ କଣ ରହିବ ସେ ନେଇ କମିଟିରେ ବିସ୍ତୃତ ଆଲୋଚନା ହେବ। ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରତିକ୍ରିୟାରେ ଜବାବ୍ ରଖି ଜୟନାରାୟଣ ମିଶ୍ର କହିଛନ୍ତି କି ପୂର୍ବରୁ କମିଟି ଗଠନ ହୋଇ ନଥିଲେ ବି ଥରେ ବି ବୈଠକ ବସି ନଥିଲା।ଏହି କମିଟି ରେ ସବୁ ଦଳର ନେତା ଅଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande