
ଭୁବନେଶ୍ୱର, 13 ଡିସେମ୍ବର (ହି.ସ.)- ଗୋଆର ପୂର୍ବତନ
ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ
ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ପୂର୍ବତନ
ପ୍ରତିରକ୍ଷା ମନ୍ତ୍ରୀ ଏବଂ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ପଦ୍ମଭୂଷଣ ମନୋହର ପାରିକରଙ୍କ
ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଉଛି । ତାଙ୍କ ରାଷ୍ଟ୍ରପ୍ରେମ, ସରଳ
ବ୍ୟକ୍ତିତ୍ୱ ଏବଂ ନେତୃତ୍ୱ ଶୈଳୀ ଚିର ସ୍ମରଣୀୟ ହୋଇ ରହିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା