
ଭୁବନେଶ୍ୱର, 13 ଡିସେମ୍ବର (ହି.ସ.)- ଗୋଆର ପୂର୍ବତନ
ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମନୋହର ପାରିକରଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତର
ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମନୋହର ପାରିକର
ଜୀଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ । ପ୍ରତିରକ୍ଷା କ୍ଷେତ୍ରରେ ତାଙ୍କ ଦୃଢ଼ ସଙ୍କଳ୍ପ ଓ
ରାଷ୍ଟ୍ର ସୁରକ୍ଷା ପ୍ରତି ଅତୁଟ ନିଷ୍ଠା ଦେଶକୁ ନୂତନ ଦିଗରେ ଆଗେଇନେଇଥିଲା ।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ସେ ନିଜ ଜୀବନର ପ୍ରତ୍ୟେକ କ୍ଷଣକୁ ଜନସେବା ପାଇଁ ଉତ୍ସର୍ଗ କରିଥିଲେ । ଆସନ୍ତୁ, ଆମେ ସମସ୍ତେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ଶକ୍ତିଶାଳୀ ତଥା
ସମୃଦ୍ଧ ଭାରତ ଗଠନ ଦିଗରେ ସମର୍ପିତ ଭାବେ କାର୍ଯ୍ୟ କରିବାପାଇଁ ସଂକଳ୍ପ ନେବା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା