ବର୍ଦ୍ଧିତ ଦରମା ନେବେନି ନବୀନ ପଟ୍ଟନାୟକ
ଭୁବନେଶ୍ୱର, ୧୩ ଡିସେମ୍ବର (ହି.ସ)- ବର୍ଦ୍ଧିତ ଦରମା ନନେବାକୁ ନିଷ୍ପତି ନେଇଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବର୍ଦ୍ଧିତ ଦରମା ନେଇ ନବୀନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ବର୍ଦ୍ଧିତ ଦରମା ଗରିବଙ୍କ ସେବାରେ
େ୍ିୀାୂପ


ଭୁବନେଶ୍ୱର, ୧୩ ଡିସେମ୍ବର (ହି.ସ)- ବର୍ଦ୍ଧିତ ଦରମା ନନେବାକୁ ନିଷ୍ପତି ନେଇଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବର୍ଦ୍ଧିତ ଦରମା ନେଇ ନବୀନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ବର୍ଦ୍ଧିତ ଦରମା ଗରିବଙ୍କ ସେବାରେ ବିନିଯୋଗ କରାଯାଉ।

ନବୀନ ଚିଠିରେ ଲେଖିଛନ୍ତି୨୫ ବର୍ଷ ହେଲା ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା, ସମର୍ଥନ ପାଇ ଆସୁଛି। ମୋ ପ୍ରତି ଓ ମୋ ବାପା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତି ସ୍ନେହ ପାଇଁ ମୁଁ ଚିର ଋଣୀ। ୨୦୧୫ରେ ପୈତୃକ ସଂପତି କଟକ ସ୍ଥିତ ଆନନ୍ଦ ଭବନକୁ ମୋ ପରିବାର ଓଡ଼ିଶାବାସୀଙ୍କ ପାଇଁ ଉତ୍ସର୍ଗ କରିଥିଲେ। ତେଣୁ ବର୍ଦ୍ଧିତ ଦରମା ଗରିବଙ୍କ ପାଇଁ ବିନିଯୋଗ କରିବାକୁ ଅନୁରୋଧ କରୁଛି।

ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ଶୀତକାଳୀନ ଅଧିବେଶନରେ ମନ୍ତ୍ରୀ ଓ ବିଧାୟକମାନଙ୍କର ଦରମା ଓ ଭତା ବୃଦ୍ଧି କରାଯାଇଛି। ଦରମା ଏକାଥରେ ଅଢ଼େଇ ଗୁଣରୁ ଅଧିକ ବଢ଼ିଛି। ପୂର୍ବତନ ବିଧାୟକଙ୍କ ପେନ୍‌ସନରେ ବି ବୃଦ୍ଧି କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande