
ଭୁବନେଶ୍ୱର, ୧୩ ଡିସେମ୍ବର (ହି.ସ)- ନୋ ଲିମିଟ ହୁକା ବାର ପାଇଁ ଅଡ଼ୁଆ ବଢିଛି। ନୋ ଲିମିଟରେ ଚାଲୁଥିବା ବେଆଇନ କାରବାରର ତଦନ୍ତ ପାଇଁ ଅବକାରୀ କମିଶନର ପି. ଅନ୍ୱେଶା ରେଡ୍ଡୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁସାରେ ଷ୍ଟେଟ ଫ୍ଲାଇଙ୍ଗ ସ୍କ୍ୱାର୍ଡ ସୁପରିଟେଣ୍ଡ ଓ ଭୁବନେଶ୍ୱରର ଏକ୍ସାଇଜ ସୁପରିଟେଣ୍ଡଙ୍କୁ ଯଥା ଶିଘ୍ର ତଦନ୍ତ ସାରି କମିଶନରଙ୍କ ନିକଟରେ ଏହି ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ରହିଛି। ନୋ ଲିମିଟ ତଳେ ଥିବା ହୋଟେଲ ଲିଭିଙ୍ଗ ପାରାଡ଼ାଇଜ ସହ ସ୍ଥାନୀୟ ଲୋକଙ୍କର ବୟାନ ନିଆଯିବ । ସିସିଟିଭି ଯାଂଚ ସହ ନୋ ଲିମିଟ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ନେଇ ତଦନ୍ତ କରିବେ ତଦନ୍ତକାରୀ ଅଧିକାରୀ। ଅନ୍ୟପଟେ ଅବକାରୀ ନିୟମ ଉଲଙ୍ଘନର କୌଣସି ପ୍ରମାଣ ମିଳିଲେ କଡ଼ା ଆକ୍ସନ୍ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱରର ଅବକାରୀ ସୁପରିଟେଣ୍ଡ ଦେବେନ୍ଦ୍ର ପଟେଲ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା