
ଭୁବନେଶ୍ୱର, 13 ଡିସେମ୍ବର (ହି.ସ.)- ପଠାଣି ସାମନ୍ତଙ୍କ
ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ଜ୍ୟୋତିର୍ବିଜ୍ଞାନୀ ତଥା ସିଦ୍ଧାନ୍ତ ଦର୍ପଣର ରଚୟିତା ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ
ହରିଚନ୍ଦନ ମହାପାତ୍ର ସାମନ୍ତ ( ପଠାଣି ସାମନ୍ତ )ଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ ।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ବାଉଁଶ ନଳୀ ସାହାଯ୍ୟରେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ଗଣନା କରି ସେ ସାରା
ବିଶ୍ୱକୁ ଚକିତ କରିଥିଲେ । ଜ୍ୟୋତିଷ ଶାସ୍ତ୍ରର ନିର୍ଭୁଲ ଗଣନା ସହ ‘ପଠାଣି ସାମନ୍ତ ପାଞ୍ଜି’
ଭଳି ଅନନ୍ୟ କୃତି ପାଇଁ ସେ ସଦା ସର୍ବଦା ସ୍ମରଣୀୟ ହୋଇ ରହିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା