
ଭୁବନେଶ୍ୱର, 13 ଡିସେମ୍ବର (ହି.ସ.)- ପଠାଣି
ସାମନ୍ତଙ୍କ ସ୍ମୃତିଚାରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ
ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ମହାନ ଜ୍ୟୋତିର୍ବିଜ୍ଞାନୀ, ଗଣିତଜ୍ଞ ତଥା ସିଦ୍ଧାନ୍ତ ଦର୍ପଣ ଭଳି ଅନେକ ଉପାଦେୟ ପୁସ୍ତକର
ରଚୟିତା ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତ ବା ପଠାଣି
ସାମନ୍ତଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି। ସାମାନ୍ୟ ବାଉଁଶ ନଳୀ ସହାୟତାରେ
ଗ୍ରହ ଓ ନକ୍ଷତ୍ରଙ୍କ ଗଣନା ଭଳି ଅବିଶ୍ୱସନୀୟ ଦକ୍ଷତା ପାଇଁ ସେ ଚିରସ୍ମରଣୀୟ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା