ରାଜସ୍ବ ବିଭାଗରେ ୧୪୧୪ ପଦବୀ ପୂରଣ ଲାଗି ପ୍ରକ୍ରିୟା ଆରମ୍ଭ, ଓଏସଏସଏସଏସିରେ ରିକ୍ୱିଜିସନ୍ ଦାଖଲ କରିବା ଲାଗି ନିର୍ଦ୍ଦେଶ
ଭୁବନେଶ୍ୱର, 13 ଡିସେମ୍ବର (ହି.ସ.)- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଜାରି କରାଯାଇଛି। ରାଜ୍ୟରେ ଖାଲି ପଡ଼ିଥିବା ୨୯୬ ଆରଆଇ୍ ୫୭୨ ଏଆରଆଇ୍ ଓ ୫୪୬ ଅମିନ ପଦବୀ ପୂରଣ ପାଇଁ
ରାଜସ୍ବ ବିଭାଗରେ ୧୪୧୪ ପଦବୀ     ପୂରଣ ଲାଗି ପ୍ରକ୍ରିୟା ଆରମ୍ଭ, ଓଏସଏସଏସଏସିରେ ରିକ୍ୱିଜିସନ୍ ଦାଖଲ କରିବା ଲାଗି ନିର୍ଦ୍ଦେଶ


ଭୁବନେଶ୍ୱର, 13 ଡିସେମ୍ବର (ହି.ସ.)- ରାଜସ୍ୱ ଓ

ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଜାରି କରାଯାଇଛି।

ରାଜ୍ୟରେ ଖାଲି ପଡ଼ିଥିବା ୨୯୬ ଆରଆଇ୍ ୫୭୨

ଏଆରଆଇ୍ ଓ ୫୪୬ ଅମିନ ପଦବୀ ପୂରଣ ପାଇଁ

ଓଡ଼ିଶା ଓସିଏସଏସଏସସି ନିକଟରେ ଅନଲାଇନ୍

ରିକ୍ୱିଜିସନ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗର ଅତିରିକ୍ତ ସଚିବ ଅଲୋମନି ସେଠୀଙ୍କ

ଦ୍ବାରା ଜାରି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଗତ ୧୭ ନଭେମ୍ବର ୨୦୨୫ରେ ଜାରି ହୋଇଥିବା ଚିଠି ମାଧ୍ୟମରେ ସବୁ ଜିଲ୍ଲାକୁ ନୂଆ

ଅନଲାଇନ୍ ରିକ୍ୱିଜିସନ୍ ଦାଖଲ କରିବାକୁ କୁହାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ କେବଳ ୪ରୁ ୫ଟି

ଜିଲ୍ଲା ହିଁ ଏହି ରିକ୍ୱିଜିସନ୍ ଦାଖଲ କରିଛନ୍ତି। ଏହାଦ୍ବାରା ସରକାର ରଖିଥିବା ନିଯୁକ୍ତି ପୁରଣ

ଲକ୍ଷ୍ୟରେ ବାଧା ଉପୁଜୁଛି । ସରକାର ଖାଲି ପଦବୀ

ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଉପରେ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ

ବିଭାଗ ପକ୍ଷରୁ ଡକାଯାଇଥିବା ବୈଠକରେ ମଧ୍ୟ ତାଗିଦ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande