
ଭୁବନେଶ୍ୱର, ୧୩ ଡିସେମ୍ବର (ହି.ସ)- ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ସମ୍ବଲପୁରରେ ସର୍ବାଧିକ ୫୧,୭୬୬ ମେଟ୍ରିକ ଟନ୍ ଧାନ କିଣା ହୋଇଛି। ସେହିପରି ବରଗଡ ରେ ୩୪,୩୦୫, କଳାହାଣ୍ଡିରେ୨,୮୫୦, ବଲାଙ୍ଗୀରରେ ୨୨ ମେଟ୍ରିକ ଟନ୍ , ନୂଆପଡା-୪୩୮ ଓ ସୁବର୍ଣପୁରରେ୧୫ ମେଟ୍ରିକ ଟନ ଧାନକିଣା ହୋଇଛି ।
ଅନ୍ୟପକ୍ଷରେ ମିଲରଙ୍କ ସମସ୍ୟା ସମାଧାନ ହୋଇଛି, ସରକାର କିଛି ଦାବି ପୂରଣ କରିଛନ୍ତି । ମିଲରଙ୍କ ଆଉ କିଛି ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଷ୍ପତି ନେବେ। କଷ୍ଟଡିଆନ ଚାର୍ଜ ବୃଦ୍ଧି ଦାବି ପୂରଣ ହୋଇଛି। ମିଲିଂ ଚାର୍ଜ ବଢାଇବା ଦାବି ସମ୍ପର୍କରେ ବିଚାର କରାଯାଉଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା