
ଧର୍ମଶାଳା,୧୩ ଡିସେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ପାଖର ପଂଚାୟତ ବାଜବାଟୀ ପାହାଡ଼ ନିକଟସ୍ଥ ଅଂଳାଝାଟିଆ ମୌଜାର ସରକାରୀ ଜମିରେ ମୋରମ୍ ଖୋଳୁଥିବା ୨ଟି ଜେସିବି ମେସିନ୍?କୁ ଜିଲା ଲଘୁ ଖଣିଜ ବିଭାଗ ପକ୍ଷରୁ ଜବତ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଧର୍ମଶାଳା ତହସିଲ ଅଂଚଳରେ ମୋରମ୍ ଖନନ ପାଇଁ କାହାରିକୁ ଲିଜ୍ ଦିଆ ଯାଇନଥିବା ବେଳେ କେତେକ ଦୁର୍ବୃତ ଇଡ଼କୋ ଅଧୀକୃତ ଅଂଳାଝାଟିଆ ମୌଜାରୁ ବେଧଡ଼କ ଭାବେ ମୋରମ୍ ଲୁଟ୍ କରିଚାଲିଛନ୍ତି । ଏଥିରେ ସରକାରଙ୍କର ବିପୁଳ ରାଜସ୍ୱହାନୀ ହେଉଥିବା ବେଳେ ଲୁଟେରାମାନେ ମାଲେମାଲ ହେଉଛନ୍ତି । ଏ ସଂପର୍କରେ ସ୍ଥାନୀୟ ଅଂଚଳବାସୀ ଲଘୁ ଖଣିଜ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ପୁଲିସ ସହ ବିଭାଗୀୟ ଅଧିକାରୀ ମାନେ ଏଠାରେ ହଠାତ୍ ଚଢ଼ଉ କରି ମୋରମ୍ ଖୋଳୁଥିବା ୨ଟି ମେସିନ୍କୁ ଜବତ କରିଛନ୍ତି । ଜବତ ଜେସିବି ମେସିନ ଦୁଇଟିକୁ ଧର୍ମଶାଳା ଥାନା ପୁଲିସ ଜିମା ଦିଆଯାଇଥିବା ଜଣାପଡିଛି । ତେବେ ଚଢାଉ ସମୟରେ ସେଠାରେ ବେଆଇନ ଭାବେ ମୋରମ୍ ପରିବହନ କରୁଥିବା ଗାଡ଼ିଗୁଡ଼ିକୁ ଡ୍ରାଇଭରମାନେ ନେଇ ଫେରାର ହୋଇଯାଇ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ