ପୁଲିସ ପକ୍ଷରୁ ବେଆନ ଭାବେ ଲଘୁଖଣିଜ ପରିବହନ କରୁଥିବା ଦୁଇଟି ଟ୍ରକ ଜବତ
ଧର୍ମଶାଳା,୧୩ ଡିସେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା କୋତପୁର ଫାଣ୍ଡି ଅଧିନ ବଜ୍ରଗିରି ପାହାଡରୁ ବେଆଇନ ଭାବେ ପରିବହନ କରୁଥିବା ଦୁଇଟି ଟ୍ରକକୁ ପୁଲିସ ଜବତ କରିଛି । ଆଜି କୋତପୁର ଫାଣ୍ଡି ପୁଲିସ ଚଢାଉ କରି ନାଳକୁଳ ଛକ ନିକଟରୁ ଓଆର- ୦୯ ଏଫ- ୦୯୭୭ ବିଶିଷ୍ଟ ଏକ ମୋରମ ବୋଝେଇ ଟ୍ରକ ଓ ରମା
ପୁଲିସ ପକ୍ଷରୁ ବେଆନ ଭାବେ ଲଘୁଖଣିଜ ପରିବହନ କରୁଥିବା ଦୁଇଟି ଟ୍ରକ ଜବତ


ଧର୍ମଶାଳା,୧୩ ଡିସେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା କୋତପୁର ଫାଣ୍ଡି ଅଧିନ ବଜ୍ରଗିରି ପାହାଡରୁ ବେଆଇନ ଭାବେ ପରିବହନ କରୁଥିବା ଦୁଇଟି ଟ୍ରକକୁ ପୁଲିସ ଜବତ କରିଛି । ଆଜି କୋତପୁର ଫାଣ୍ଡି ପୁଲିସ ଚଢାଉ କରି ନାଳକୁଳ ଛକ ନିକଟରୁ ଓଆର- ୦୯ ଏଫ- ୦୯୭୭ ବିଶିଷ୍ଟ ଏକ ମୋରମ ବୋଝେଇ ଟ୍ରକ ଓ ରମାପୁର ଛକ ନିକଟରୁ ଓଡି-୫-କ୍ୟୁ-୩୩୪୮ ନମ୍ବର ବିଶିଷ୍ଟ ସ୍ପଲ ବୋଝେଇ ଏକ ଟ୍ରକକୁ ଜବତ କରିବା ସହିତ ଉଭୟ ଗାଡିର ଡ୍ରାଇଭର ଓ ମୋରମବୋଝେଇ ଟ୍ରକର ହେଲପରକୁ ଅଟକ ରଖିଛି । ଏନେଇ ଧର୍ମଶାଳା ଥାନା ପୁଲିସ ୭୪୭/୨୫ ଓ ୭୪୮/୨୫ରେ ଦୁଇଗୋଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ସୂଚନା ମୁତାବକ କୋତପୁର ଫାଣ୍ଡି ଅନ୍ତର୍ଗତ ବଜ୍ରଗିରି ପାହାଡରେ ବେଅନ ଖନନ ଓ ପରିବହନ ବନ୍ଦ ରହିଥିବା ବେଳେ କିଛି ଦୁର୍ବୃତ ଲାଭାଶକ୍ତ ହୋଇ ବେଅଇନ ଭାବେ ମହରମ ଓ ସ୍ପଲ ତାଡି ଅନ୍ୟତ୍ର ଚାଲାଣ କରୁଛନ୍ତି । ଏସମ୍ପର୍କରେ ସ୍ଥାନୀୟ ଲୋକେ ପୁଲିସକୁ ବାରମ୍ବାର ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ଆଜି ଚଢାଉ କରାଯାଇ ବେଆଇନ ଭବେ ପରିବହନ କରୁଥିବା ୨ ଗୋଟି ଟ୍ରକକୁ ପୁଲିସ ଜବତ କରିଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande