ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ନିତିନ ନବୀନଙ୍କୁ ନିଯୁକ୍ତି, ବିହାର ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟରତ
ନୂଆଦିଲ୍ଲୀ, 14 ଡିସେମ୍ବର (ହି.ସ.) – ଭାରତୀୟ ଜନତା ପାର୍ଟି (ଭାଜପା) ବିହାର ସରକାରର କ୍ୟାବିନେଟ୍ ମନ୍ତ୍ରୀ ନିତିନ ନବୀନଙ୍କୁ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛି । ଭାଜପାର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଦ୍ୱାରା ରବିବାର ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛ
ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ନିତିନ ନବୀନଙ୍କୁ ନିଯୁକ୍ତି, ବିହାର ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟରତ


ନୂଆଦିଲ୍ଲୀ, 14 ଡିସେମ୍ବର (ହି.ସ.) – ଭାରତୀୟ ଜନତା ପାର୍ଟି (ଭାଜପା) ବିହାର ସରକାରର କ୍ୟାବିନେଟ୍ ମନ୍ତ୍ରୀ ନିତିନ ନବୀନଙ୍କୁ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛି ।

ଭାଜପାର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଦ୍ୱାରା ରବିବାର ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ସଂସଦୀୟ ବୋର୍ଡ ବିହାର ସରକାରର କ୍ୟାବିନେଟ୍ ମନ୍ତ୍ରୀ ନିତିନ ନବୀନଙ୍କୁ ପାର୍ଟୀର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛି।

ଉଲ୍ଲେଖନୀୟ, 45 ବର୍ଷୀୟ ନିତିନ ନବୀନ ବର୍ତ୍ତମାନ ବିହାର ସରକାରରେ ସଡକ ନିର୍ମାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । ନିତିନ ନବୀନ ଭାଜପା ନେତା ନବୀନ କିଶୋର ସିହ୍ନାଙ୍କର ପୁଅ। ସେ ବାଙ୍କିପୁର ବିଧାନସଭା ଆସନରୁ ଚାରିଥର ନିର୍ବାଚିତ ହୋଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande