ୟୁପିର ଜାଲୌନାରେ ଲାଂଚ ନେବା ବେଳେ ଧରାପଡିଲେ ଡାକ ବିଭାଗର ଏସଡିଆଇ ଓ ପୋଷ୍ଟମାଷ୍ଟର
ନୂଆଦିଲ୍ଲୀ, 17 ଡିସେମ୍ବର (ହି.ସ.)- କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଉତ୍ତର ପ୍ରଦେଶର ଜାଲୌନ ଜିଲ୍ଲାରେ ଡାକ ବିଭାଗର ଦୁଇଜଣ ଅଧିକାରୀଙ୍କୁ ଲାଂଚ ନେବାବେଳେ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ନାମ ହେଉଛି ଜିଲ୍ଲାର କୋଞ୍ଚ ଉପ-ମଣ୍ଡଳ ଡାକଘରର ଉପ-ମଣ୍ଡଳୀୟ ନିରୀକ୍ଷକ
ସିବିଆଇ


ନୂଆଦିଲ୍ଲୀ, 17 ଡିସେମ୍ବର (ହି.ସ.)- କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଉତ୍ତର ପ୍ରଦେଶର

ଜାଲୌନ ଜିଲ୍ଲାରେ ଡାକ ବିଭାଗର ଦୁଇଜଣ ଅଧିକାରୀଙ୍କୁ ଲାଂଚ ନେବାବେଳେ ଗିରଫ କରିଛି। ଗିରଫ

ଅଭିଯୁକ୍ତମାନଙ୍କ ନାମ ହେଉଛି ଜିଲ୍ଲାର କୋଞ୍ଚ ଉପ-ମଣ୍ଡଳ ଡାକଘରର ଉପ-ମଣ୍ଡଳୀୟ ନିରୀକ୍ଷକ

(ଏସଡିଆଇ) ପ୍ରତୀକ ଭାର୍ଗବ ଓ ଚନ୍ଦୁର୍ରା ଡାକଘରର ପୋଷ୍ଟମାଷ୍ଟର ଆମିର ହସନ।

ସିବିଆଇ ବୁଧବାର କହିଛି ଯେ, ଦୁଇଜଣ ଅଧିକାରୀ ଜଣେ କର୍ମଚାରୀଙ୍କୁ ତାଙ୍କର

ସ୍ଥାନାନ୍ତରଣ ଆଦେଶ ଅନୁଯାୟୀ କାର୍ଯ୍ୟମୁକ୍ତ କରିବା, ଅକ୍ଟୋବର ମାସର ବେତନ ପାସ୍ କରାଇବା ଏବଂ ଜାତି

ପ୍ରମାଣପତ୍ରର ପୁନଃ ସତ୍ୟାପନା କରିବା ପାଇଁ ୧୫ ହଜାର ଟଙ୍କା ଲାଂଚ ଦାବି କରିଥିଲେ।

ଅଭିଯୋଗକାରୀଙ୍କୁ ଧମକ ଓ ଚାପ ଦେଇ ପୂର୍ବରୁ ୫ ହଜାର ଟଙ୍କା ଆଦାୟ କରାଯାଇଥିଲା।

ଏହି ସମ୍ପର୍କରେ ସିବିଆଇ ୧୫ ଡିସେମ୍ବରରେ ଅଭିଯୋଗ ଆଧାରରେ ମାମଲା

ରୁଜୁ କରିଥିଲା। ତଦନ୍ତ ସମୟରେ ଆଲୋଚନା ପରେ ଲାଂଚରାଶି ୧୨,୫୦୦ ଟଙ୍କାରେ ନିର୍ଦ୍ଧାରିତ ହୋଇଥିଲା, ଯାହାରୁ

ଉପ-ମଣ୍ଡଳୀୟ ନିରୀକ୍ଷକ ଅତିରିକ୍ତ ୨,୫୦୦ ଟଙ୍କା ନେଇଥିଲେ। ଏହା ପରେ ସିବିଆଇ ୧୬

ଡିସେମ୍ବରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଅଭିଯୋଗକାରୀଙ୍କୁ ଠାରୁ ଶେଷ ୫ ହଜାର ଟଙ୍କା କିସ୍ତି

ମାଗୁଥିବା ଓ ଗ୍ରହଣ କରୁଥିବାବେଳେ ଦୁଇଜଣ ଅଭିଯୁକ୍ତଙ୍କୁ ଧରିଛି । ଉଭୟଙ୍କୁ ସେହି ଦିନେ ଗିରଫ

କରାଯାଇଥିଲା। ସିବିଆଇ କହିଛି ଯେ, ଏହି ମାମଲାରେ ଆଗାମୀ ତଦନ୍ତ ଚାଲୁ ଅଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande