
ରାଂଚି, ୧୭ ଡିସେମ୍ବର(ହି.ସ.) – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୮ ଡିସେମ୍ବର ଠାରୁ ତିନିଦିନିଆ ଗସ୍ତରେ ଝାରଖଣ୍ଡ ଆସିବେ। ସେଠାରୁ ୨୮ ଡିସେମ୍ବରକୁ ରାଂଚି ପହଂଚିବେ ଏବଂ ଆସିବା ପରେ ରାଂଚି ପଂହଚିବେ ଏବଂ ଆସିବା ପରେ ରାଂଚି ସ୍ଥିତ ଲୋକଭବନରେ ରାତ୍ରୀ ବିଶ୍ରାମ କରିବେ।
ରାଷ୍ଟ୍ରପତି ୨୯ ଡିସେମ୍ବରରେ ଜାମସେଦପୁର ଯିବେ, ଯେଉଁଠାରେ ସେ ଏନ୍ଆଇଟି ଜାମସେଦପୁରର ଦୀକ୍ଷାନ୍ତ ସମାରୋହରେ ସାମିଲ ହେବେ। ଏହାସହିତ ସେ ଅଲ୍ଚିକି ଲିପିର ୧୦୦ ବର୍ଷ ପୁରା ହେବା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ ଆଦିବାସୀ ସଂସ୍କୃତି ଏବଂ ଭାଷାର ସମୃଦ୍ଧ ପରମ୍ପରାକୁ ରେଖାଙ୍କିତ କରାଯିବ। ଜାମସେଦପୁରରୁ ଫେରିବା ପରେ ରାଷ୍ଟ୍ରପତି ରାଂଚିରେ ଲୋକଭବନରେ ରାତ୍ରି ବିଶ୍ରାମ କରିବେ। ରାଷ୍ଟ୍ରପତି ୩୦ ଡିସେମ୍ବରକୁ ଗୁମଲା ଜିଲ୍ଲାର ରାୟଡିହରେ ଆୟୋଜିତ ଜନସାଂସ୍କୃତିକ ସମାଗମରେ ମୁଖ୍ୟ ଅତିଥି ରୂପେ ସାମିଲ ହେବେ।
ଉଲ୍ଲେଖନୀୟ ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୮ ଏବଂ ୨୯ ଡିସେମ୍ବରରେ ରାଂଚି ସ୍ଥିତ ଲୋକଭବନରେ ରାତ୍ରି ବିଶ୍ରାମ କରିବେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି