
ନୂଆଦିଲ୍ଲୀ, 17 ଡିସେମ୍ବର (ହି.ସ.)- ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ୍ ଗଡ଼କରୀ
ବୁଧବାର ସଂସଦରେ କହିଛନ୍ତି ଯେ,
ଟୋଲ୍ ଶୁଳ୍କ ଦେବାର
ନୂଆ ପ୍ରଣାଳୀ ମଲ୍ଟି–ଲେନ୍ ଫ୍ରି ଫ୍ଲୋ (ଏମ୍ଏଲ୍ଏଫ୍ଏଫ୍) ୨୦୨୬ ମସିହାର ଶେଷ ପର୍ଯ୍ୟନ୍ତ
ସାରା ଦେଶର ଜାତୀୟ ରାଜମାର୍ଗଗୁଡ଼ିକରେ ଲାଗୁ କରାଯିବ। ଏହା ଲାଗୁ ହେଲେ ଟୋଲ୍ ନାକାରେ
ଯାନବାହନଗୁଡ଼ିକ ୮୦ କିମି ପ୍ରତି ଘଣ୍ଟା ଗତିରେ ବିନା ବାଧାରେ ଚାଲିପାରିବେ।
ରାଜ୍ୟସଭାର ପ୍ରଶ୍ନକାଳ ସମୟରେ ଝାରଖଣ୍ଡରୁ ବିଜେପି ସାଂସଦ ଆଦିତ୍ୟ
ପ୍ରସାଦଙ୍କ ପ୍ରଶ୍ନର ଉତ୍ତର ଦେଇ ଗଡ଼କରୀ କହିଥିଲେ ଯେ, ଏମ୍ଏଲ୍ଏଫ୍ଏଫ୍ ପ୍ରଣାଳୀରେ ଟୋଲ୍ ନାକାରେ
କର୍ମଚାରୀଙ୍କ ଆବଶ୍ୟକତା ରହିବ ନାହିଁ। କ୍ୟାମେରା ମାଧ୍ୟମରେ ଯାନବାହନର ନମ୍ବର ପରିଚୟ କରାଯିବ, ଉପଗ୍ରହ ମାଧ୍ୟମରେ
ସୂଚନା କେନ୍ଦ୍ରୀୟ ପ୍ରଣାଳୀକୁ ପହଞ୍ଚିବ ଏବଂ ସମ୍ପର୍କିତ ବ୍ୟାଙ୍କ ଖାତାରୁ ସ୍ୱୟଂଚାଳିତ ଭାବେ
ଟୋଲ୍ ଶୁଳ୍କ କଟିଯିବ। ଏହା ଫଳରେ ଇଂଧନ ସଞ୍ଚୟ ହେବ ଏବଂ ଯାତାୟାତ ଅଧିକ ସୁଗମ ହେବ।
ସେ କହିଛନ୍ତି ଯେ, ଏହି ପ୍ରଣାଳୀ ଦ୍ୱାରା ପ୍ରାୟ ୧,୫୦୦ କୋଟି ଟଙ୍କାର ଇଂଧନ ସଞ୍ଚୟ ହେବ, ଯେତେବେଳେ ଜାତୀୟ
ରାଜମାର୍ଗ ପ୍ରାଧିକରଣ (ଏନ୍ଏଚ୍ଏଆଇ)ର ଆୟରେ କମ୍ରେ କମ୍ ୬,୦୦୦ କୋଟି ଟଙ୍କା
ବୃଦ୍ଧି ହେବ ବୋଲି ଅନୁମାନ କରାଯାଇଛି। ଗଡ଼କରୀ ଆହୁରି କହିଛନ୍ତି ଯେ, କିଛି ସ୍ଥାନରେ ଏହି
ପ୍ରଣାଳୀ ପୂର୍ବରୁ ହିଁ ଲାଗୁ କରାଯାଇଛି। ଏପର୍ଯ୍ୟନ୍ତ ୧୦ଟି ଠେକା ଆବଣ୍ଟନ କରାଯାଇଛି ଏବଂ ଆଉ
୧୦ଟି ଠିକାର ପ୍ରକ୍ରିୟା ଚାଲୁଅଛି। ଆଗାମୀ ବର୍ଷର ଶେଷ ପର୍ଯ୍ୟନ୍ତ ଏହାକୁ ସାରା ଦେଶରେ ଲାଗୁ
କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା