ଭେଲୋରର ଶ୍ରୀପୁରମ ସ୍ୱର୍ଣ୍ଣ ମନ୍ଦିର ପରିସରରେ ଧ୍ୟାନ ମନ୍ଦିରର ଉଦଘାଟନ କଲେ ରାଷ୍ଟ୍ରପତି ମୁର୍ମୁ
ଭେଲୋର, 17 ଡିସେମ୍ବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାମିଲନାଡୁର ଭେଲ୍ଲୋର ଜିଲ୍ଲାରେ ଅବସ୍ଥିତ ଶ୍ରୀପୁରମ ସ୍ୱର୍ଣ୍ଣ ମନ୍ଦିର ପରିସରରେ ନିର୍ମିତ ଧ୍ୟାନ ମନ୍ଦିରର ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନ ପରେ ରାଷ୍ଟ୍ରପତି ମନ୍ଦିରରେ ବିଧିବତ ପୂଜା-ଅର୍ଚ୍ଚନା ମଧ୍ୟ କରିଥିଲେ।
ମନ୍ଦିର


ଭେଲୋର, 17 ଡିସେମ୍ବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାମିଲନାଡୁର ଭେଲ୍ଲୋର

ଜିଲ୍ଲାରେ ଅବସ୍ଥିତ ଶ୍ରୀପୁରମ ସ୍ୱର୍ଣ୍ଣ ମନ୍ଦିର ପରିସରରେ ନିର୍ମିତ ଧ୍ୟାନ ମନ୍ଦିରର ଉଦ୍ଘାଟନ

କରିଛନ୍ତି। ଉଦ୍ଘାଟନ ପରେ ରାଷ୍ଟ୍ରପତି ମନ୍ଦିରରେ ବିଧିବତ ପୂଜା-ଅର୍ଚ୍ଚନା ମଧ୍ୟ କରିଥିଲେ।

ଆନ୍ଧ୍ର ପ୍ରଦେଶର ତିରୁପତିରୁ ହେଲିକପ୍ଟର ମାର୍ଗରେ ରାଷ୍ଟ୍ରପତି

ଭେଲ୍ଲୋର ସ୍ଥିତ ଶ୍ରୀପୁରମ ସ୍ୱର୍ଣ୍ଣ ମନ୍ଦିରକୁ ପହଞ୍ଚିଥିଲେ। ତାଙ୍କ ଆଗମନ ସମୟରେ ତାମିଲନାଡୁର

ରାଜ୍ୟପାଳ ଆର୍. ଏନ୍. ରବି, କେନ୍ଦ୍ରୀୟ ରାଜ୍ୟ ମନ୍ତ୍ରୀ ଏଲ୍. ମୁରୁଗନ, ତାମିଲନାଡୁର

ହସ୍ତଶିଳ୍ପ ମନ୍ତ୍ରୀ ଗାନ୍ଧୀ, ଭେଲ୍ଲୋର ଜିଲ୍ଲା କଲେକ୍ଟର ସୁଭୁଲକ୍ଷ୍ମୀ, ଜିଲ୍ଲା ପୋଲିସ

ଅଧୀକ୍ଷକ ମୟିଲ୍ୱାକନନ ଏବଂ ଭେଲ୍ଲୋର ନଗର ନିଗମର ମେୟର ସୁଜାତା ତାଙ୍କୁ ସ୍ୱାଗତ କରିଥିଲେ।

ଏହାପରେ ରାଷ୍ଟ୍ରପତି ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଧ୍ୟାନ

ମଣ୍ଡପର ଉଦ୍ଘାଟନ କରି ଶ୍ରୀପୁରମ ସ୍ୱର୍ଣ୍ଣ ମନ୍ଦିରର ଦର୍ଶନ କରିଥିଲେ। ରାଷ୍ଟ୍ରପତିଙ୍କ

ଆଗମନକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ସାଧାରଣ ଭକ୍ତମାନଙ୍କ ପାଇଁ ଦର୍ଶନ ସାମୟିକ ଭାବେ

ପ୍ରତିବନ୍ଧିତ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande