
ଭେଲୋର, 17 ଡିସେମ୍ବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ
ମୁର୍ମୁ ଆଜି ତାମିଲନାଡୁର ଭେଲ୍ଲୋର ଜିଲ୍ଲାର ଶ୍ରୀପୁରମ ସ୍ୱର୍ଣ୍ଣ ମନ୍ଦିର ପରିସରର ଦର୍ଶନ
କରିବେ। ସେଠାରେ ସ୍ୱର୍ଣ୍ଣ ମନ୍ଦିର ପରିସରରେ ନିର୍ମିତ ଧ୍ୟାନ ମନ୍ଦିରର ଉଦଘାଟନ କରିବେ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ କଠୋର ସୁରକ୍ଷା
ବ୍ୟବସ୍ଥା କରାଯାଇଛି। ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀମାନଙ୍କ ଅନୁସାରେ, ଭେଲ୍ଲୋର ସହର ଏବଂ
ବିଶେଷକରି ସ୍ୱର୍ଣ୍ଣ ମନ୍ଦିର ଆଖପାଖ ଅଞ୍ଚଳରେ ୧,୦୦୦ରୁ ଅଧିକ ପୋଲିସ କର୍ମଚାରୀ ନିଯୁକ୍ତ
କରାଯାଇଛନ୍ତି। ଜିଲ୍ଲାପାଳ ମନ୍ଦିର ଅଞ୍ଚଳକୁ ‘ରେଡ୍ ଜୋନ୍’ ଘୋଷଣା କରି ଡ୍ରୋନ୍ ଉଡ଼ାଣ ଉପରେ
ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କରିଛନ୍ତି।
ସୁରକ୍ଷା ବ୍ୟବସ୍ଥାର
ଅଂଶ ଭାବେ, ପୋଲିସ ମନ୍ଦିର ଆଖପାଖ ଅବସ୍ଥିତ ଆରିୟୂର ଅଞ୍ଚଳର ହୋଷ୍ଟେଲ ଗୁଡ଼ିକରେ
ରହୁଥିବା ବିଦେଶୀ ଏବଂ ବାହାରୁ ଆସିଥିବା ଲୋକମାନଙ୍କର କଠୋର ଯାଞ୍ଚ କରିଛି, ଯାହାଦ୍ୱାରା କୌଣସି
ସନ୍ଦେହଜନକ କାର୍ଯ୍ୟକଳାପକୁ ରୋକାଯାଇପାରିବ। ବିଶେଷ ସୁରକ୍ଷା ବାହିନୀର ତିନିଜଣ ଉପ-ବରିଷ୍ଠ
ପୋଲିସ ଅଧିକାରୀ ଓ ନିରୀକ୍ଷକମାନଙ୍କ ନେତୃତ୍ୱରେ ଥିବା ଦଳ ସମ୍ପୂର୍ଣ୍ଣ ଅଞ୍ଚଳକୁ ନିଜ
ନିୟନ୍ତ୍ରଣରେ ନେଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା