ଟ୍ରାଇ ଦ୍ୱାରା ନିୟନ୍ତ୍ରିତ ସଂସ୍ଥାଗୁଡ଼ିକ ପାଇଁ ୧୬୦୦-ସିରିଜ୍ ନମ୍ବର ଦେଇଛି ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୭ ଡିସେମ୍ବର (ହିସ)- ଦେଶରେ ବଢ଼ୁଥିବା ସାଇବର ଅପରାଧ ଏବଂ ଠକେଇ କଲ୍ ରୋକିବା ପାଇଁ, ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ଦ୍ୱାରା ନିୟନ୍ତ୍ରିତ ସମସ୍ତ ସଂସ୍ଥାଗୁଡ଼ିକୁ ୧୫ ଫେବୃଆରୀ, ୨୦୨୬ ସୁଦ୍ଧା ସେବା ଏବଂ କାରବାର
ଟ୍ରାଇ ଦ୍ୱାରା ନିୟନ୍ତ୍ରିତ ସଂସ୍ଥାଗୁଡ଼ିକ ପାଇଁ ୧୬୦୦-ସିରିଜ୍ ନମ୍ବର ଦେଇଛି ନିର୍ଦ୍ଦେଶ


ନୂଆଦିଲ୍ଲୀ,୧୭ ଡିସେମ୍ବର (ହିସ)- ଦେଶରେ ବଢ଼ୁଥିବା ସାଇବର ଅପରାଧ ଏବଂ ଠକେଇ କଲ୍ ରୋକିବା ପାଇଁ, ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ଦ୍ୱାରା ନିୟନ୍ତ୍ରିତ ସମସ୍ତ ସଂସ୍ଥାଗୁଡ଼ିକୁ ୧୫ ଫେବୃଆରୀ, ୨୦୨୬ ସୁଦ୍ଧା ସେବା ଏବଂ କାରବାର ସମ୍ବନ୍ଧୀୟ କଲ୍ ପାଇଁ ୧୬୦୦-ସିରିଜ୍ ନମ୍ବର ବ୍ୟବହାର କରିବାକୁ ବାଧ୍ୟତାମୂଳକ କରିଛି।

କେନ୍ଦ୍ରୀୟ ଯୋଗାଯୋଗ ମନ୍ତ୍ରଣାଳୟ ଅନୁଯାୟୀ, ଦୂରସଂଚାର ବିଭାଗ ବ୍ୟାଙ୍କିଙ୍ଗ, ଆର୍ôଥକ ସେବା ଏବଂ ବୀମା (ବିଏସଏଫଆଇ) କ୍ଷେତ୍ର ଏବଂ ସରକାରୀ ସଂଗଠନଗୁଡ଼ିକୁ '୧୬୦୦' ସିରିଜ୍ ନମ୍ବର ଆବଂଟନ କରିଛି। ଆଜି ପର୍ଯ୍ୟନ୍ତ, ପ୍ରାୟ ୫୭୦ ସଂସ୍ଥା ୩,୦୦୦ ରୁ ଅଧିକ ନମ୍ବରରେ ସବସ୍କ୍ରାଇବ କରିଛନ୍ତି।

ଟ୍ରାଇ କହିଛି ଯେ ଏହି ପଦକ୍ଷେପ ଗ୍ରାହକମାନଙ୍କୁ ଏକ ବିଶ୍ୱସ୍ତ ଆର୍ôଥକ ପ୍ରତିଷ୍ଠାନରୁ କଲ୍ ଆସୁଛି କି ନାହିଁ ତାହା ସହଜରେ ଚିହ୍ନଟ କରିବାକୁ ଏବଂ ମାନକ ୧୦-ଅଙ୍କ ନମ୍ବରରୁ ହେଉଥିବା ଠକେଇ କଲ୍ ର ବିପଦକୁ ହ୍ରାସ କରିବାକୁ ଅନୁମତି ଦେବ।

--------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande