ଭେନଜୁଏଲାର ତେଲ ଟ୍ୟାଙ୍କରକୁ ନାକାବନ୍ଦୀ କରିବାର ନିର୍ଦ୍ଦେଶ ଦେଇଛି ଟ୍ରମ୍ପ
ୱାଶିଂଟନ, 17 ଡିସେମ୍ବର (ହି.ସ.)- ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଭେନଜୁଏଲାକୁ ଯାଉଥିବା ଓ ଆସୁଥିବା ମଞ୍ଜୁରିପ୍ରାପ୍ତ ତେଲ ଟ୍ୟାଙ୍କରଗୁଡ଼ିକ ଉପରେ “ସମ୍ପୂର୍ଣ୍ଣ ନାକାବନ୍ଦୀ” ଲାଗୁ କରିବାର ଆଦେଶ ଜାରି କରିଛନ୍ତି। ଟ୍ରମ୍ପଙ୍କ ଏହି ଆଦେଶ ଫଳରେ ଭେନଜୁଏଲାର ନିକୋଲାସ
ଟ୍ରମ୍ପ


ୱାଶିଂଟନ, 17 ଡିସେମ୍ବର (ହି.ସ.)- ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଭେନଜୁଏଲାକୁ

ଯାଉଥିବା ଓ ଆସୁଥିବା ମଞ୍ଜୁରିପ୍ରାପ୍ତ ତେଲ ଟ୍ୟାଙ୍କରଗୁଡ଼ିକ ଉପରେ “ସମ୍ପୂର୍ଣ୍ଣ ନାକାବନ୍ଦୀ”

ଲାଗୁ କରିବାର ଆଦେଶ ଜାରି କରିଛନ୍ତି। ଟ୍ରମ୍ପଙ୍କ ଏହି ଆଦେଶ ଫଳରେ ଭେନଜୁଏଲାର ନିକୋଲାସ

ମାଦୁରୋ ସରକାର ଉପରେ ଚାପ ଆହୁରି ବଢ଼ିଛି। ସେଥିସହିତ, ଏହି ଅଞ୍ଚଳରେ ଆମେରିକାର ସେନା ଅଭିଯାନ ପଛରେ ଏକ

ଆର୍ଥିକ ଉଦ୍ଦେଶ୍ୟ ଥିବାର ସଙ୍କେତ ମଧ୍ୟ ମିଳୁଛି।

ସିଏନଏନ୍‌ର ରିପୋର୍ଟ ଅନୁସାରେ, ଟ୍ରମ୍ପ ତାଙ୍କ ‘ଟ୍ରୁଥ୍ ସୋସିଆଲ୍’ ପୋଷ୍ଟରେ

“ସମ୍ପୂର୍ଣ୍ଣ ନାକାବନ୍ଦୀ” ଶବ୍ଦଗୁଡ଼ିକୁ କ୍ୟାପିଟାଲ୍ ଲେଟରରେ ଲେଖି, ଏହି ଅଞ୍ଚଳରେ

ଆମେରିକୀୟ ସେନାର ବଡ଼ ଉପସ୍ଥିତି ପ୍ରତି ଇଙ୍ଗିତ କରିଛନ୍ତି। ସେ ମାଦୁରୋ ସରକାର ଉପରେ ମଧ୍ୟ

ଆକ୍ରମଣ କରିଛନ୍ତି। ଟ୍ରମ୍ପ ସୁପାରିଶ କରିଛନ୍ତି ଯେ ଭେନିଜୁଏଲା ଆମେରିକାକୁ ଜମି, ତେଲ ଏବଂ ସମ୍ପତ୍ତି

ସମର୍ପଣ କରିଦେଉ। ସେନା ଅଭିଯାନର ଲକ୍ଷ୍ୟ କେବଳ ମାଦକ ଦ୍ରବ୍ୟ ବ୍ୟବସାୟକୁ ମୁକାବିଲା କରିବା

ନୁହେଁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande