ଡିଟିସିରେ ଶହେ ଇ-ବସ୍ ସାମିଲ, ଧୌଲା କୁଆଁରୁ ଧାରୁ ହେଡା ଯାଏ ଅନ୍ତର୍ଜାତୀୟ ବସ୍ ସେବା ଆରମ୍ଭ
ନୂଆଦିଲ୍ଲୀ, 18 ଡିସେମ୍ବର (ହି.ସ.)- ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଗୁରୁବାର ଦିନ ଦିଲ୍ଲୀ ପରିବହନ ନିଗମ (ଡିଟିସି)ର ବେଡ଼ାରେ 100ଟି ନୂଆ ଇ-ବସ୍ ସାମିଲ କରିବା ସହିତ ଧୌଲା କୁଆଁରୁ ହରିୟାଣାର ଧାରୁହେଡ଼ା ପର୍ଯ୍ୟନ୍ତ ଏକ ଆନ୍ତର୍ରାଜ୍ୟ ଇ-ବସ୍ ସେବାର ଶୁଭାରମ୍ଭ କରିଛନ୍
ଇ ବସ୍


ନୂଆଦିଲ୍ଲୀ, 18 ଡିସେମ୍ବର (ହି.ସ.)- ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଗୁରୁବାର ଦିନ

ଦିଲ୍ଲୀ ପରିବହନ ନିଗମ (ଡିଟିସି)ର ବେଡ଼ାରେ 100ଟି ନୂଆ ଇ-ବସ୍ ସାମିଲ କରିବା ସହିତ ଧୌଲା

କୁଆଁରୁ ହରିୟାଣାର ଧାରୁହେଡ଼ା ପର୍ଯ୍ୟନ୍ତ ଏକ ଆନ୍ତର୍ରାଜ୍ୟ ଇ-ବସ୍ ସେବାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ପରିବହନ ମନ୍ତ୍ରୀ ଡା. ପଙ୍କଜ କୁମାର ସିଂହ ମଧ୍ୟ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ କଶ୍ମୀରୀ ଗେଟ୍ ଅନ୍ତର୍ଜାତୀୟ ବସ୍ ଆଡ଼୍ଡାରେ ଆୟୋଜିତ

କାର୍ଯ୍ୟକ୍ରମକୁ ସମ୍ବୋଧନ କରି କହିଛନ୍ତି ଯେ ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆମ ସରକାର

ନିରନ୍ତର ଦୀର୍ଘକାଳୀନ ଓ ପ୍ରଭାବଶାଳୀ ସମାଧାନ ଲାଗୁ କରିଛନ୍ତି । ଏହି କ୍ରମରେ ଆଜି ଡିଟିସିର

ବେଡ଼ାରେ 100ଟି ନୂଆ ଇ-ବସ୍ ସାମିଲ କରାଯାଇଛି। ଆଗାମୀ ବର୍ଷ ମଧ୍ୟରେ ଡିଟିସିର ସମସ୍ତ ବସ୍‌କୁ

ଇଲେକ୍ଟ୍ରିକ୍ କରିବା ଲକ୍ଷ୍ୟ ରଖାଯାଇଛି, ଯାହାଦ୍ୱାରା ଦିଲ୍ଲୀର ସାର୍ବଜନୀନ ପରିବହନକୁ ସମ୍ପୂର୍ଣ୍ଣ ଭାବେ

ନିସ୍ତାରଣମୁକ୍ତ କରାଯାଇପାରିବ। ଏହି ଚିନ୍ତାଧାରା ସହିତ ଦିଲ୍ଲୀ ସରକାର ନିରନ୍ତର ଆଗକୁ

ବଢ଼ୁଛି।

ମୁଖ୍ୟମନ୍ତ୍ରୀ ଧୌଲା କୁଆଁରୁ ଧାରୁହେଡ଼ା ପର୍ଯ୍ୟନ୍ତ ବସ୍ ସେବାର

ଶୁଭାରମ୍ଭ କରି କହିଥିଲେ ଯେ ଗତ କିଛି ବର୍ଷ ଧରି ବନ୍ଦ ପଡ଼ିଥିବା ଅନ୍ତରରାଜ୍ୟୟ ବସ୍ ସେବାକୁ

ଆମ ସରକାର ପୁନର୍ବାର ଆରମ୍ଭ କରିଛି। ସେ କହିଛନ୍ତି ଯେ ଆଧୁନିକ ସୁବିଧାସମୃଦ୍ଧ ଏହି ବସ୍‌ଗୁଡ଼ିକ

କେବଳ ପ୍ରଦୂଷଣ କମାଇବ ନୁହେଁ,

ବରଂ ପ୍ରତିଦିନ

ଦିଲ୍ଲୀ–ଏନସିଆର ଯାତାୟାତ କରୁଥିବା ଲୋକମାନଙ୍କ ପାଇଁ ଯାତ୍ରାକୁ ସୁରକ୍ଷିତ ଓ ସୁବିଧାଜନକ ମଧ୍ୟ

ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande