
ନୂଆଦିଲ୍ଲୀ, 18 ଡିସେମ୍ବର (ହି.ସ.)- କେନ୍ଦ୍ରମନ୍ତ୍ରୀ ରାମମୋହନ ନାଇଡୁ କିଂଜରାପୁଙ୍କୁ
ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋସିଆଲ ମିଡିଆ
ଏକ୍ସରେ ନରେନ୍ଦ୍ର ମୋଦି କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ରାମମୋହନ ନାଇଡୁ କିଂଜରାପୁଙ୍କୁ
ଜନ୍ମଦିନର ଶୁଭେଚ୍ଛା । ବେସାମରିକ ବିମାନ ଚଳାଚଳ ସେକ୍ଟରରେ ସଂସ୍କାର ଆଣିବା ଦିଗରେ ତାଙ୍କର
ଯୁବ ନେତତ୍ୱରେ ଅଗ୍ରଗତି ହେଉଛି । ତାଙ୍କର ଦୀର୍ଘାୟୁ ଓ ଉତମ ସ୍ୱାସ୍ଥ୍ୟ କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା