
ଭୁବନେଶ୍ୱର, ୧୯ ଡିସେମ୍ବର (ହି.ସ.)- ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ବ୍ୟବହାର ହେବ ଏଆଇ।ସୁଭଦ୍ରା ଯୋଜନାରେ ଏଆଇ ମଡ୍ୟୁଲ ଟୁଲ ବ୍ୟବହାର କରାଯିବ। ଏ ନେଇ ଟ୍ରାଏଲ ରନ ବି କରାଯାଇଛି। ସୁଭଦ୍ରା ଯୋଜନାରେ ମିଳିଥିବା ଅର୍ଥ କେଉଁ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ, କେମିତି ମନିଟର କରାଯାଇ ପାରିବ,କେଉଁ ବୟସର କେତେ ହିତାଧିକାରୀ ରହିଛନ୍ତି ଏହାର ତଥ୍ୟ ହାସଲ କରାଯିବ। କେଉଁ ହେଡ ରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ଜାଲି ହିତାଧିକାରୀ ଚୟନ ଦିଗରେ ବି କାମ କରିବ ଏଆଇ। କେବଳ ସୁଭଦ୍ରା ଯୋଜନା ନୁହେଁ ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ଗୁଡିକରେ ସଫଳ ରୂପାୟନ ଓ ତୃଣମୂଳ ସ୍ତରରେ ଯୋଜନା କାର୍ଯ୍ୟକାରୀ ଓ ହିତାଧିକାରୀ ଜାଲିଆତି ରୋକିବାରେ ଏଆଇ ସହାୟତା ନିଆଯିବ ବୋଲି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ଏଆଇ ଉପଯୋଗ କରି ଶାସନ ଏବଂ ନାଗରିକ ସେବାକୁ ସରଳୀକରଣ କରାଯିବ। ପିଲାଙ୍କ ପାଇଁ ବି ସ୍କୁଲ୍ ପାଠ୍ୟକ୍ରମ ରେ ସ୍ୱତନ୍ତ୍ର ଚ୍ୟାପ୍ଟର ରଖିବାକୁ ଯୋଜନା କରାଯାଉଛି। ସରକାରୀ ବ୍ୟବସ୍ଥାରେ କାର୍ଯ୍ୟକାରୀ ହେବ ଏଆଇ। ପ୍ରାରମ୍ଭିକ ଭାବେ ୫ ଟି ବିଭାଗରେ ଏଆଇ କାର୍ଯ୍ୟକାରୀ କରାଯିବ। ଶିକ୍ଷା,ସ୍ୱାସ୍ଥ୍ୟ,ବିପର୍ଯ୍ୟୟ ପରିଚାଳନା ବିଭାଗ ,ମହିଳା ଓ ଶିଶୁ ବିକାଶ ବିଭାଗ ଓ ସଂସଦୀୟ ବ୍ୟପାର ବିଭାଗରେ ଏଅ୍ଧଇ ଉପଯୋଗ ଉପରେ ଫୋକସ୍ କରାଯାଉଛି। ପରବର୍ତୀ ମୁହୂର୍ତରେ ସମସ୍ତ ୪୧ ବିଭାଗରେ କାର୍ଯ୍ୟକାରି କରାଯିବ। ବିଭିନ୍ନ ବିଭାଗରେ ପୂର୍ବରୁ କଣ କରାଯାଇଥିଲା,ଏବେ କଣ କରାଯାଉଛି ସବୁ ତଥ୍୍ୟ ରହିବା ସହ ଡିସିସନ ମେକିଙ୍ଗ ରେ ପ୍ରମୁଖ ଭୂମିକା ନେବ ଏଆଇ। ଫେବୃଆରୀ ମାସରେ ଦିଲ୍ଲୀରେ ଏଆଇ ସମ୍ମିଳନୀ ହେବାକୁ ଥିବା ବେଳେ ଏହା ପୂର୍ବରୁ ଓଡ଼ିଶା ସମେତ ୮ ରାଜ୍ୟରେ ଏଆଇ ଇମ୍ପ୍ୟାକ୍ଟ ରିଜିଓନାଲ ସମ୍ମିଳନୀ ଆୟୋଜନ କରାଯାଉଛି। ହାଇଦ୍ରାବାଦରୁ ଭର୍ଚୁଆଲ ମାଧ୍ୟମରେ ସାମିଲ ହୋଇ ଏଆଇ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏଆଇ ପଲିସି ଆଣିବା ସହ ଏ ଦିଗରେ ଅନେକ କାମ ଆରମ୍ଭ କରିଛି। ଆଗମୀ ଦିନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହେବ ବୋଲି କହିଛନ୍ତି ଆଇଟି ମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା