
କେନ୍ଦୁଝର, ୧୯ ଡିସେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ଯୋଡ଼ା ବସ୍ତିର ଗୋଲଡେନ ଗାର୍ଲ ଆକାସି ନାଏକ ଭାରତୀୟ ସାମ୍ଭାବ୍ୟ ୧୭ ବର୍ଷରୁ କମ ମହିଳା ଦଳରେ ଓଡିଶାରୁ ଏକ ମାତ୍ର ଖେଳାଳି ଭାବେ ସ୍ଥାନ ପାଇ କେନ୍ଦୁଝର ଜିଲ୍ଲା ସହ ସମଗ୍ର ରାଜ୍ୟକୁ ଗୌରାବାନ୍ୱିତ କରିଛନ୍ତି l ଆକାସି ଏହି କ୍ୟାମ୍ପରେ ଯୋଗଦେବା ପାଇଁ ବାଙ୍ଗାଲୋରର ହାରୋହଲ୍ଲୀ ଅଭିମୁଖେ ଯାତ୍ରା କରିଥିବାର ଜଣାଯାଇଛି l ଏହି କ୍ୟାମ୍ପରୁ ସାଫ ଗେମ୍ସ ଏବଂ ଏଏଫସି କମ୍ପିଟିସନ ପାଇଁ ୧୭ ବର୍ଷରୁ କମ ମହିଳା ଭାରତୀୟ ଦଳ ଚୟନ କରାଯିବ ବୋଲି ଜଣାଯାଇଛି l ଗ୍ରାମାଞ୍ଚଳର ଏହି ଲୁକ୍କାୟିତ କ୍ରୀଡା ପ୍ରତିଭାକୁ ଚିହ୍ନଟ କରି ଜିନ୍ଦଲ ଷ୍ଟିଲ ଫାଉଣ୍ଡେସନର ମୁଖ୍ୟ କୋଚ କୃଷ୍ଣ ଚନ୍ଦ୍ର ମହାନ୍ତ ତାଙ୍କୁ ପ୍ରଥମେ ୨୦୨୦ ମସିହାରେ ଜଜlଙ୍ଗର ଜେଏସଡବ୍ଲୁକୁ ଆଣି ଫୁଟବଲ ଖେଳ ପ୍ରଶିକ୍ଷଣ ଦେଇଥିଲେ l ପରେ ସେ ନିଜର ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ ନିଜର ଖେଳରେ ବହୁତ କିଛି ଉନ୍ନତି ଆଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ୨୦୨୨ରେ ସୁନ୍ଦରଗଡ଼ରେ ଅବସ୍ଥିତ ରାଜ୍ୟ କ୍ରୀଡା ଛାତ୍ରlବାସରେ ଯୋଗଦାନ କରି ନିଜର ଖେଳରେ ଅନେକଟା ଉନ୍ନତି ଆଣିଥିଲେ l
ଆକାସି ୨୦୨୩ରେ ସବ ଜୁନିଅର ନ୍ୟାସନାଲରେ ରାଜ୍ୟକୁ ପ୍ରତିନିଧିତ୍ୱ କରିବାର ପ୍ରଥମ ସୁଯୋଗ ପାଇଥିବା ବେଳେ ୨୦୨୪ ଏବଂ ୨୦୨୫ରେ ଜୁନିଅର ନ୍ୟାସନାଲରେ ରାଜ୍ୟ ଦଳକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ l ଭାରତୀୟ ସାମ୍ଭାବ୍ୟ ୧୭ ବର୍ଷରୁ କମ ମହିଳା ଶିବିରରେ ଯୋଗ ଦେବାକୁ ଯାଉଥିବା ଆକାସିଙ୍କୁ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି l
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA