
କେନ୍ଦ୍ରାପଡା, 19 ଡିସେମ୍ବର (ହି.ସ.): କେନ୍ଦ୍ରାପଡା ବ୍ଲକ ମଣ୍ଡଳ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ସ୍ତାନୀୟ ଇଛାପୁର ସରକାରୀ ହାଇସ୍କୁଲ ପରିସର ରେ ଅନୁଷ୍ଠିତ ହୋଇଯାଇଛି । ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବ୍ଲକ ଅଧିନ ବିଭିନ୍ନ ବିଦ୍ୟାଳୟ ରୁ ୨୩୧ଟି ଷ୍ଟଲ ଅଂଶ ଗ୍ରହଣ କରିଥିଲେ । ୭ଟି ବିଭାଗରେ ଯଥା-ସଷ୍ଟେନେବୁଲ ଏଗ୍ରିକଲଚର, ବର୍ଜ୍ୟବସ୍ତୁ ପରିଚାଳନା, ସବୁଜ ଶକ୍ତି, ଏମରର୍ଜିଂ ଟେକନୋଲୋଜି, ଗଣିତ ପ୍ରକଳ୍ପ, ସ୍ୱାସ୍ଥ୍ୟରକ୍ଷା, ଜଳ ସଂରକ୍ଷଣ ଓ ପରିଚାଳନା ପ୍ରଭୃତି ପ୍ରକଳ୍ପ ଗୁଡିକ ଅଂଶ ଗ୍ରହଣ କରିଥିବା ବେଳେ ଜିଲ୍ଲା ସ୍ତରକୁ ୭ଟି ପ୍ରକଳ୍ପ ମନୋନିତ ହୋଇଛି । କାର୍ଯ୍ୟକ୍ରମ ରେ ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ପ୍ରଦର୍ଶନୀ ସଭାରେ ଇଛାପୁର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣୀ ଦାସ, ସିଦ୍ଧାର୍ଥ ଶଙ୍କର ଜେନା, ବିଆରସିସି ବଳଦେବ ପ୍ରସାଦ ଜେନା, କାଉନସିଲର ପୁଷ୍ପଲତା ବେହେରା, ଶିବାସିଷ ପତି, ସାଂସଦଙ୍କ ପ୍ରତିନିଧି ସଲିମ ଖାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପଦାର୍ଥ ବିଜ୍ଞାନର ପ୍ରାଧ୍ୟାପକ ଡ଼ଃ ପ୍ରଭାତ ରଂଜନ ଲେଙ୍କା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରିୟଦର୍ଶିନୀ ତରାଇ, କଉନସିଲର କାଳୀ ପ୍ରସାଦ ମିଶ୍ର ଓ ଅବସରପ୍ରାପ୍ତ ବିଜ୍ଞାନ ପରିଦର୍ଶକ ପିତବାସ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ନୋଡାଲ ସିଆରସିସି କିଶୋର ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସେକ ମନସୁର ଅଲ୍ଲୀ, ସେକ ଫୟାଜୁଦ୍ଦିନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି