ବେଆଇନ ଗୋ ଚାଲାଣ ମାମଲାରେ ଚାଳକ ଅଦାଲତ ଚାଲାଣ
କୋରେଇ, ୧୯ ଡିସେମ୍ବର (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ନୂଆପଦା ଛକ ନିକଟରେ ଏକ ଗୋରୁ ବୋଝେଇ ସଫାରୀ ଗାଡିକୁ ପୁଲିସ ଜବତ କରିବା ସହ ଚାଳକକୁ ଅଟକ ରଖି ତଦନ୍ତ ଜାରି ରଖିଥିଲା । ଏନେଇ ଏକ ମାମଲା ୩୯୯/୨୫ ରୁଜ୍ଜୁ କରିବା ସହ ଗାଡି ଚାଳକ ଭଦ୍ରକ ଥାନା ଅପର୍ତିବିନ୍ଧା ଗ୍ର
ବେଆଇନ ଗୋ ଚାଲାଣ ମାମଲାରେ ଚାଳକ ଅଦାଲତ ଚାଲାଣ


କୋରେଇ, ୧୯ ଡିସେମ୍ବର (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ନୂଆପଦା ଛକ ନିକଟରେ ଏକ ଗୋରୁ ବୋଝେଇ ସଫାରୀ ଗାଡିକୁ ପୁଲିସ ଜବତ କରିବା ସହ ଚାଳକକୁ ଅଟକ ରଖି ତଦନ୍ତ ଜାରି ରଖିଥିଲା । ଏନେଇ ଏକ ମାମଲା ୩୯୯/୨୫ ରୁଜ୍ଜୁ କରିବା ସହ ଗାଡି ଚାଳକ ଭଦ୍ରକ ଥାନା ଅପର୍ତିବିନ୍ଧା ଗ୍ରାମର ଇସଲାମ ଖାନଙ୍କ ପୁଅ ଇସ୍ତାର ଖାନ( ୨୫)କୁ ଗିରଫ କରି ଆଜି ଅଦାଲତ ଚାଲାଣ କରିଛି । ପ୍ରକାଶଯେ ଯାଜପୁରରୋଡ ପଟୁ ଏକ ସଫାରୀ (ଓ ଆର୨୨ଇ୦୦୧୧) ଗାଡିରେ ୫ଟି ଗୋରୁ ବେଆଇନ ଭାବେ ବୋଝେଇ କରି ଆସୁଥିବା ବେଳେ ବୁଧବାର ରାତି ସାଢେ ୩ଟା ବେଳେ ଗାଡିର ଚକା ଫାଟିଯାଇଥିଲା । ଏହି ସମୟରେ ଗାଡି ରଖି ଚାଳକ ଚା ପିଇବାକୁ ଯାଇଥିଲା । ସ୍ଥାନୀୟ ଦେକାନୀ ମାନଙ୍କର ଗାଡିରୁ ଗୋରୁଙ୍କ ଶଦ୍ଦ ଶୁଣି ସନ୍ଦେହ ଉପୁଜିଥିଲା । ସେଠାରେ ଯାଇ ଗାଡି ପଛରେ ଗୋରୁ ଥିବା ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ । ଖବରପାଇ ପାଣିକୋଇଲି ପୁଲିସ ସେଠାରେ ପହଂଚି ଗାଡିରୁ ଗୋରୁ ଗୁଡିକୁ ଖଲାସ କରିବା ସହ ଗାଡି ଓ ଚାଳକୁ ଧରି ଥାନାକୁ ଆଣିଥିଲା । ଚାଳକକୁ ଅଟକ ରଖିବା ସହ ଏକ ମାମଳା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande