ମରଣଯନ୍ତା ପାଲଟିଛି ଚମ୍ପୁଆ-ରିମୁଳି ଏନଏଚ-୨୦
ଚମ୍ପୁଆ, ୧୯ ଡିସେମ୍ବର (ହି.ସ.)- ଚମ୍ପୁଆ-ରିମୁଳି ୨୦ ନମ୍ବର ଜାତୀୟ ରାଜପଥ ଏବେ ମରଣ ଯନ୍ତା ପାଲଟିଛି। ଖାଲଖମା ଭରା ରାସ୍ତା ପାଇଁ ଏଠି ଜୀବନ ଶସ୍ତା ହେବାର ପରିଲକ୍ଷିତ ହେଉଛି । ଜାତୀୟ ରାଜପଥ ରିମୁଳି ଠାରୁ ଚମ୍ପୁଆ ଏନଏଚ ୨୦ରେ ସାମିଲ ହେବା ପରେ ରାସ୍ତାର କିଛି ବିକାଶ ହେବା ତ ଦୂରର କଥା ଓଲଟା ଅ
ମରଣଯନ୍ତା ପାଲଟିଛି ଚମ୍ପୁଆ-ରିମୁଳି ଏନଏଚ-୨୦


ଚମ୍ପୁଆ, ୧୯ ଡିସେମ୍ବର (ହି.ସ.)- ଚମ୍ପୁଆ-ରିମୁଳି ୨୦ ନମ୍ବର ଜାତୀୟ ରାଜପଥ ଏବେ ମରଣ ଯନ୍ତା ପାଲଟିଛି। ଖାଲଖମା ଭରା ରାସ୍ତା ପାଇଁ ଏଠି ଜୀବନ ଶସ୍ତା ହେବାର ପରିଲକ୍ଷିତ ହେଉଛି । ଜାତୀୟ ରାଜପଥ ରିମୁଳି ଠାରୁ ଚମ୍ପୁଆ ଏନଏଚ ୨୦ରେ ସାମିଲ ହେବା ପରେ ରାସ୍ତାର କିଛି ବିକାଶ ହେବା ତ ଦୂରର କଥା ଓଲଟା ଅହରହ ଦୈନିକ ହଜାର ହଜାର ସଂଖ୍ୟାରେ ଲୁହା ପଥର ବୋଝେଇ ଟ୍ରକ ଚାଲିବା ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନ ଜୀବନ । ଏହି ବ୍ୟସ୍ତ ବହୁଳ ରାସ୍ତା ୧୯୯୭-୯୮ ମସିହାରେ ପାଣିକୋଇଲି ଠାରୁ ରାଞ୍ଚି ଏନଏଚ ୨୦ ଘେlଷଣା ହେବା ପରେ ରିମୁଳି ଠାରୁ ଚମ୍ପୁଆ ପନ୍ଦର କିଲୋମିଟର ରାସ୍ତା ଏଥିରେ ସାମିଲ ହେଲା। ମାତ୍ର ଘେlଷଣା କରି ବିଭାଗ ଏହାର ନିର୍ମାଣ କାର୍ଯ୍ୟକୁ ଗୁରୁତ୍ୱ ଦେଉ ନଥିବାରୁ ଯଥା ପୂର୍ବଂ ତଥା ପରଂ ସ୍ଥିତିରେ ରହିଛି ରିମୁଳି -ଚମ୍ପୁଆ ରାସ୍ତା। ପୂର୍ବରୁ ପୂର୍ତ୍ତ ବିଭାଗ ଅଧିନରେ ଯେପରି ଥିଲା ଏବେ ଜାତୀୟ ରାଜପଥ ମାନ୍ୟତା ପାଇବା ପରେ ମଧ୍ୟ ସେହିପରି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ରାସ୍ତା ସାରା ଖାଲଖମାରେ ପରିପୂର୍ଣ୍ଣ ହୋଇ ମରଣଯନ୍ତା ପାଲଟି ସାରିଥିବା ବେଳେ ଏହି ବିପର୍ଯ୍ୟସ୍ତ ରାସ୍ତା ପାଇଁ ଦୈନିକ ଦୁର୍ଘଟଣା ଘଟୁଛି। ଦୁର୍ଘଟଣାରେ କିଏ ମୃତ୍ୟୁବରଣ କରୁଛି ତ କିଏ ଆହତ ହୋଇ ପଙ୍ଗୁ ପାଲଟି ଯିବାର ପରିଲକ୍ଷିତ ହୋଇଛି । ସତେ ଯେମିତି ମଣିଷ ଜୀବନ ଶସ୍ତା ହୋଇ ଯାଇଛି, ତଥାପି ଜାତୀୟ ରାଜପଥ ବିଭାଗର ଚେତା ପଶୁନାହିଁ। ଜାତୀୟ ରାଜପଥରେ ସାମିଲ ହେବା ପରେ ଏହି ରାସ୍ତାରେ ଦୈନିକ ହଜାର ହଜାର ଭାରିଯାନ ଖଣିଜ ପଦାର୍ଥ ପରିବହନ କରୁଥିବା ବେଳେ ଅଧିକରୁ ଅଧିକ ରାସ୍ତାର ଅବସ୍ଥା ଶୋଚନୀୟ ହେବାରେ ଲାଗିଛି । ଚମ୍ପୁଆ ଉପଖଣ୍ଡର ଏହି ରାସ୍ତା ଲାଇଫ ଲାଇନ ଭାବେ ପରିଚିତ । ଗତବର୍ଷ ଉକ୍ତ ରାସ୍ତା ମରାମତି କରାଯାଇଥିଲେ ହେଁ ରାସ୍ତାର ଉଭୟ ପାର୍ଶ୍ୱରେ ମୋରମ ବଦଳରେ ମାଟି ପକା ଯାଇଥିବାରୁ ରାସ୍ତାର ଅବସ୍ଥା ଆହୁରି ଖରାପ ହୋଇଯାଇଛି । କାରଣ ବର୍ମ ଲାଇନ ବ୍ୟବହାର ଉପଯୋଗୀ ହୋଇନାହିଁ । ଅନ୍ୟପଟେ ଭାରିଯାନ ଚଳାଚଳ ପାଇଁ ରାସ୍ତା ଯାମ ଏକ ନିତି ଦିନିଆ ଘଟଣାରେ ପରିଣତ ହେଉଛି। ରାସ୍ତା ଯାମ ପାଇଁ ଆମ୍ବୁଲାନ୍ସ ସେଵା ମଧ୍ୟ ପ୍ରଭାବିତ ହେଉଛି । ବେଳେବେଳ ଦୁର୍ଘଟଣା ସହିତ ରାସ୍ତା ଯାମ ସମସ୍ୟା ପାଇଁ ଚମ୍ପୁଆ ସମେତ ଏହି ରାସ୍ତାରେ ନିର୍ଭର କରୁଥିବା ମୟୁରଭଞ୍ଜ, ଝାଡଖଣ୍ଡ ଲୋକଙ୍କ ଜୀବନଯାତ୍ରା ଦୁର୍ବିସହ ହୋଇପଡୁଛି। ବାରମ୍ବାର ରାସ୍ତାର ପ୍ରଶସ୍ତିକରଣ ଦାବୀ ହେଉଥିଲେ ମଧ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗୁନଥିବା ଦେଖିବାକୁ ମିଳୁଛି । ତୁରନ୍ତ ଏ ଦିଗରେ ଜାତୀୟ ରାଜପଥ ବିଭାଗ ସ୍ୱତନ୍ତ୍ର ଦୃଷ୍ଟିଦେଇ ରାସ୍ତା ନିର୍ମାଣକୁ ତ୍ୱରାନ୍ୱିତ କରିବାକୁ ସାଧାରଣରେ ଦାବୀ ହେଉଛି ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande