ରିମୁଳି ମହାବିଦ୍ୟାଳୟର ଛାତ୍ରଙ୍କ ସଫଳତା
ଚମ୍ପୁଆ, ୧୯ ଡିସେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ରିମୁଳି ମହାବିଦ୍ୟାଳୟର +୩ ଶେଷବର୍ଷ ରସାୟନବିଜ୍ଞାନ ସମ୍ମାନର ଛାତ୍ର ଦିବ୍ୟଜ୍ୟୋତି ବାସଙ୍କର ପ୍ରୋଜେକ୍ଟ ଓଡ଼ିଶା ସରକାର ଆନୁକୁଲ୍ୟରେ ଧରଣୀଧର ବିଶ୍ୱବିଦ୍ୟାଳୟ, ଦ୍ୱାରା ଆୟୋଜିତ ବିଶ୍ୱବିଦ୍ୟାଳୟ ସ୍ତରୀୟ ଇନୋଭେସନ ଏଣ୍ଡ
ରିମୁଳି ମହାବିଦ୍ୟାଳୟର ଛାତ୍ରଙ୍କ ସଫଳତା


ଚମ୍ପୁଆ, ୧୯ ଡିସେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ରିମୁଳି ମହାବିଦ୍ୟାଳୟର +୩ ଶେଷବର୍ଷ ରସାୟନବିଜ୍ଞାନ ସମ୍ମାନର ଛାତ୍ର ଦିବ୍ୟଜ୍ୟୋତି ବାସଙ୍କର ପ୍ରୋଜେକ୍ଟ ଓଡ଼ିଶା ସରକାର ଆନୁକୁଲ୍ୟରେ ଧରଣୀଧର ବିଶ୍ୱବିଦ୍ୟାଳୟ, ଦ୍ୱାରା ଆୟୋଜିତ ବିଶ୍ୱବିଦ୍ୟାଳୟ ସ୍ତରୀୟ ଇନୋଭେସନ ଏଣ୍ଡ ଷ୍ଟ୍ରାଟଅପ ପ୍ରତିଯୋଗିତା - ୨୦୨୫ରେ ୫ମ ସ୍ଥାନ ଅଧିକାର କରିଛି ଓ ଏହା ସହିତ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ନିର୍ବାଚିତ ହୋଇଛି । ଏଥିପାଇଁ ଏହି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ମହଲରେ ଖୁସୀର ଲହରି ଖେଳିଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଧ୍ୟାପକ ସୁଶୀଲ କୁମାର ମହାନ୍ତ ଓ ବିଦ୍ୟାଳୟ ସ୍ତରୀୟ ଇନୋଭେସନ ଏଣ୍ଡ ଷ୍ଟ୍ରାଟ ଅପ ପ୍ରତିଯୋଗିତା - ୨୦୨୫ର ନୋଡାଲ ଅଫିସର ଅଧ୍ୟାପକ ହଳଧର ବାରିକ ଓ ଅଧ୍ୟାପକ ଅଧ୍ୟାପିକା ଶ୍ରୀ ବାସ ଓ ତାଙ୍କର ମାର୍ଗଦର୍ଶକ ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଦିପ୍ତୀରଂଜନ ବେଉରିଆଙ୍କୁ ଶୁଭେଛା ଜ୍ଞାପନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande