
ଚମ୍ପୁଆ,୧୯ ଡିସେମ୍ବର (ହି.ସ.) - ଚମ୍ପୁଆ ବ୍ଲକ ଅନ୍ତର୍ଗତ ଜାମୁଦାଲକ ପଂଚାୟତ କାର୍ଯ୍ୟାଳୟ ଠାରେ ପଂଚାୟତ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜାମୁଦଲକ, କୁଟାରିପୋଶି, କୋଦଗାଡିଆ, ଶୁନାପୋଶି ପଂଚାୟତର ସାଧାରଣ ଲୋକଙ୍କର ବିଭିନ୍ନ ସମସ୍ୟା ନେଇ ଜନଶୁଣାଣି ହୋଇଥିଲା। ଏହି ଜନଶୁଣାଣିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୮ ଟି, ଅନ୍ତର୍ଦୟ ଗୃହ ଯୋଜନା ୫ଟି, ଭତା ୧୧ଟି, ରାସନ କାର୍ଡ ୩ଟି, ପିଇବା ପାଣି ୪ଟି, ରାସ୍ତା ୩ଟି, ଲକ୍ଷ୍ମୀ ବସ ୨ ଟି, କ୍ଲବ ଘର ୧ଟି ଓ ବିଦ୍ୟୁତ ସମ୍ବନ୍ଧିୟ ୨ଟି ଆଭିଯୋଗ ହୋଇଥିଲା । ଏହି ଶୁଣାଣି ଚମ୍ପୁଆ ଗୋଷ୍ଠି ଉନ୍ନୟନ ଅଧିକାରୀ ସ୍ମୃତିରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଚୁନୁ ହାଁସଦା ତଥା ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଯୋଗଦାନ କରି ଅଭିଯୋଗ ଶୁଣିବା ସହିତ ଏହାର ସମାଧାନ ନିମିତ ପ୍ରତିଶୃତି ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / Trinath Mahanta