ପୁନର୍ବାସ ପକ୍ଷରୁ ଡାଇଲଗ ଅନ ଡିଜାବିଲିଟି ଅନୁଷ୍ଠିତ
କେନ୍ଦ୍ରାପଡା, 19 ଡିସେମ୍ବର (ହି.ସ.): କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ ଥେରାପି ସେବା, ଭିନ୍ନକ୍ଷମତା ସମ୍ପର୍କିତ ଅଧିକାର ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର‌୍ୟ୍ୟରତ ପୁନର୍ବାସ ପକ୍ଷରୁ ଏକ ନୂତକ ଆଲୋଚନାଚକ୍ର ଆରମ୍ଭ କରାଯାଇଛି । ଏହି ଧାରାବାହିକ ଆଲୋଚନାକୁ “ଡାଇଲଗ୍ ଅନ୍
---------ପୁନର୍ବାସ ପକ୍ଷରୁ ଡାଇଲଗ ଅନ ଡିଜାବିଲିଟି ଅନୁଷ୍ଠିତ


କେନ୍ଦ୍ରାପଡା, 19 ଡିସେମ୍ବର (ହି.ସ.): କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ ଥେରାପି ସେବା, ଭିନ୍ନକ୍ଷମତା ସମ୍ପର୍କିତ ଅଧିକାର ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର‌୍ୟ୍ୟରତ ପୁନର୍ବାସ ପକ୍ଷରୁ ଏକ ନୂତକ ଆଲୋଚନାଚକ୍ର ଆରମ୍ଭ କରାଯାଇଛି । ଏହି ଧାରାବାହିକ ଆଲୋଚନାକୁ “ଡାଇଲଗ୍ ଅନ୍ ଡିଜାବିଲିଟି” ଶୀର୍ଷକ ରଖାଯାଇଛି । ଏହି ଆଲୋଚନାର ପ୍ରଥମ ପର‌୍ୟ୍ୟାୟରେ ଆମେରିକା ସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ମେକାନିକାଲ ଇଂଜିନିୟରିଂ ବିଭାଗର ପ୍ରଫେସର ଏମ୍ଇରଟ୍ସ ଡକ୍ଟର ଦେବେନ୍ଦ୍ର କୁମାର ଦାସ ଅତିଥି ବକ୍ତା ରୂପେ ଯୋଗ ଦେଇ “ଏକ ବାଧାମୁକ୍ତ ବିଶ୍ୱ ନିର୍ମାଣରେ ପ୍ରଯୁକ୍ତି ବିଦ୍ୟାର ଭୂମିକା ”ବିଷୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଲୋଚନା ପ୍ରସଙ୍ଗରେ ଆମେରିକାରେ ଗୃହୀତ ସୁଦୃଢ ଭିନ୍ନକ୍ଷମ ଆଇନ ଓ ସମାବେସୀ ଜୀବନ ଦୃଷ୍ଟି ଏବଂ ସହଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ । ବାଧାହୀନ ବ୍ୟବସ୍ଥା କିପରି ଜଣେ ଦିବ୍ୟାଙ୍ଗ ବ୍ୟକ୍ତିର ଅନ୍ତର୍ନିହିତ ପ୍ରତିଭା ଓ ଦକ୍ଷତା ବିକାଶରେ ସହାୟକ ହୋଇ ପାରିଛି ତାର ବିଭିନ୍ନ ଦୃଷ୍ଟାନ୍ତ ଓ ପ୍ରାବଧାନ ଅବତାରଣା କରିଥିଲେ । ଏହା ପରେ ପୁନର୍ବାସର ପ୍ରତିଷ୍ଠାତା ବିରଜା ରାଉତରାୟଙ୍କ ସଂଚାଳନାରେ ଅନୁଷ୍ଠିତ ପ୍ରଶ୍ନତ୍ତୋର କାର‌୍ୟ୍ୟକ୍ରମରେ କେନ୍ଦ୍ରାପଡ଼ା ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀଣୀ ସୁଦୀପ୍ତା ମହାପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା କାର‌୍ୟ୍ୟାଳୟର ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ବେହୁରା, କ୍ଷୀରୋଦ କର, ନୃସିଂହ ଚରଣ ତ୍ରିପାଠୀ, ଶିକ୍ଷୟତ୍ରୀ ଶିବାନୀ ପ୍ରିୟଦର୍ଶିନୀ ଭୋଳ, ରାଜେନ୍ଦ୍ର ମହାପାତ୍ର ପ୍ରମୁଖ ପ୍ରସଙ୍ଗ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଉତ୍ଥାପନ କରିଥିଲେ । ସଭାର ପ୍ରାରମ୍ଭରେ ପୁନର୍ବାସର ସହ ସମ୍ପାଦକ ବଂଶୀଧର ମହାନ୍ତି ପ୍ରଫେସର ଦାସଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ । କାର‌୍ୟ୍ୟକ୍ରମରେ ସ୍ଥାନୀୟ ବୁଦ୍ଧିଜିବୀ ଓ ସମାଜର ବିବିଧ ପ୍ରତିନିଧି ତଥା ଅବସରପ୍ରାପ୍ତ ପ୍ରଶାସକ ଜଗମୋହନ ହୋତା, ଚନ୍ଦ୍ରମଣି ମଲିକ, ସ୍ୱତନ୍ତ୍ର ସ୍କୁଲର ପ୍ରଧାନ ଶିକ୍ଷକ ସ୍ୱପ୍ନାଂଶୁ କୁମାର ଦାସ, ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରି ଟେବୁଲ ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି ଭୂବନ ମୋହନ ଦାସ, ବ୍ଲକ୍ ସମ୍ବଳ ଶିକ୍ଷକ ଶ୍ରୀଧର ଭୋଳ ଆଇନଜିବୀ ନରେନ୍ଦ୍ର କୁମାର ସାହୁ ଓ ଭିନ୍ନକ୍ଷମଙ୍କ ଥେରାପି ସେବାରେ ନିୟୋଜିତ ରିହାବ୍ ପ୍ରଫେସନାଲ୍ ପ୍ରମୁଖ ଯୋଗ ଦେଇଥିଲେ । କାର‌୍ୟ୍ୟକ୍ରମକୁ ମହମ୍ମଦ ଜାହିଦ୍ ଖାନ୍, ସଂଜୀବ କୁମାର ଜେନା ଓ ଧରଣୀଧର ସେଠୀ ପ୍ରମୁଖ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande