ହରିଚନ୍ଦନପୁର ହାଇସ୍କୁଲର ୧୯୮୧ ବ୍ୟାଚ ପୁରାତନ ଛାତ୍ରମାନଙ୍କ ବନ୍ଧୁମିଳନ ଉତ୍ସବ
କେନ୍ଦୁଝର, ୧୯ ଡିସେମ୍ବର (ହି.ସ.) - ଘଟଗାଁ ବ୍ଲକ୍ ଅନ୍ତର୍ଗତ ଗୁଣ୍ଡିଚାଘାଗି ପରିସରରେ ହରିଚନ୍ଦନପୁର ହାଇସ୍କୁଲର ୧୯୮୧ ବ୍ୟାଚ ପୁରାତନ ଛାତ୍ରମାନଙ୍କ ଦ୍ୱାରା ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ହାଇସ୍କୁଲର ପୁରାତନ ଛାତ୍ର ସତ୍ୟାନନ୍ଦ ସାହୁ, ବିଦ୍ୟାଧର ପୃଷ୍ଟି, ପ୍ରଣବ ମହାନ୍ତି, କୈଳାସ
ହରିଚନ୍ଦନପୁର ହାଇସ୍କୁଲର ୧୯୮୧ ବ୍ୟାଚ ପୁରାତନ ଛାତ୍ରମାନଙ୍କ ବନ୍ଧୁମିଳନ ଉତ୍ସବ


କେନ୍ଦୁଝର, ୧୯ ଡିସେମ୍ବର (ହି.ସ.) - ଘଟଗାଁ ବ୍ଲକ୍ ଅନ୍ତର୍ଗତ ଗୁଣ୍ଡିଚାଘାଗି ପରିସରରେ ହରିଚନ୍ଦନପୁର ହାଇସ୍କୁଲର ୧୯୮୧ ବ୍ୟାଚ ପୁରାତନ ଛାତ୍ରମାନଙ୍କ ଦ୍ୱାରା ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ହାଇସ୍କୁଲର ପୁରାତନ ଛାତ୍ର ସତ୍ୟାନନ୍ଦ ସାହୁ, ବିଦ୍ୟାଧର ପୃଷ୍ଟି, ପ୍ରଣବ ମହାନ୍ତି, କୈଳାସ ଚନ୍ଦ୍ର ନାୟକ,ନିର୍ମଳ ଚନ୍ଦ୍ର ନାଏକଙ୍କ ଆବାହକତ୍ୱ ଓ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଥିବା ବନ୍ଧୁମିଳନ ସଭାରେ କବି ତଥା ଶିକ୍ଷକ ବାବୁଲାଲ ପଲେଇ ସଭାପତିତ୍ୱ କରିଥିଲେ । ଜୀବନର ଅବଶିଷ୍ଟ ଅବସର ସମୟକୁ ସୁବିନିଯୋଗ କରିବା ପାଇଁ ପାକଶାଳା ବଗିଚା, ନିଜ ନିଜ ବାଡି ବଗିଚାରେ ଚାରା ରୋପଣ କରିବା ଓ ସୁସ୍ଥ ରହିବା ପାଇଁ ନିଜ ଖାଦ୍ୟ ପେୟକୁ ନିୟନ୍ତ୍ରଣ କରିବା, ପ୍ରାତଃ ଭ୍ରମଣ, କିଛି ସମୟ ଯୋଗ କରିବା, ମନକୁ ସବୁବେଳେ ହାଲୁକା ରଖୁବା, ବିଭିନ୍ନ ପୁରାଣ ଶାସ୍ତ୍ର ଅଧ୍ୟୟନ କରିବା, ସର୍ବୋପରି ଦୈନନ୍ଦିନ ଜୀବନ ଚର୍ଯ୍ୟାକୁ ହସଖୁସିରେ କାଟିବା ସହିତ ଲୋକମାନଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ନିମନ୍ତେ ସଭାପତି ଶ୍ରୀ ପଲେଇ ନିବେଦନ କରିଥିଲେ। ତତ୍ ସହିତ ପାଳନ କରୁଥିବା ବିଭିନ୍ନ ପାରିବାରିକ ଉତ୍ସବ ମାନଙ୍କରେ ଫୁଲ ବା ଫୁଲ ତୋଡା ପରିବର୍ତେ ଗୋଟିଏ ଗୋଟିଏ ପୁସ୍ତକ ଉପହାର ପ୍ରଦାନ ଏବଂ ଜନ୍ମ ଦିବସ ପାଳନ ଅବସରରେ ପିଲାମାନଙ୍କୁ ଉପହାର ଗ୍ରହଣ ପରିବର୍ତେ ଅତିଥ୍ ମାନଙ୍କୁ ଉପ ଦେବାପାଇଁ ନିଷ୍ପତି ନେବା ସହ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସାମୁହିକ ଭାବେ ଶପଥ କରାଯାଇଥିଲା। ଏହାଫଳରେ ପିଲାମାନେ ଏକ ସଂସ୍କାରିତ ଜୀବନ ଯାପନ କରିବା ପାଇଁ ଶିକ୍ଷା ଲାଭ କରିପାରିବେ ବେ ବୋଲି ମତପ୍ରକାଶ ପାଇଥିଲା। ପ୍ରଣବ ମହାନ୍ତିଙ୍କ ପ୍ରସ୍ତାବ କ୍ରମେ ଏହି ବନ୍ଧୁମିଳନ ନିଜ ନିଜ ନିଜ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ପାଇଁ ପରିବାରର ସଦସ୍ୟ ସଦସ୍ୟା ମାନଙ୍କୁ ଏଥିରେ ସାମିଲ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଉକ୍ତ ଉତ୍ସବରେ ଜଗତାନନ୍ଦ ପଟ୍ଟନାୟକ, ପିତାମ୍ବର ସାହୁ, ଦେବରାଜ ଟୁଡୁ,ଅଶୂଳ ରଣା, ଶେଷଦେବ ସାହୁ, ପଦ୍ମଲୋଚନ ସାହୁ, ଦୁର୍ଯ୍ୟୋଧନ ମହାନ୍ତି, ଦାଶରଥ୍ ମହାନ୍ତି, ବିଜୟ କୁମାର ମାର ସାହୁ, ବିଜୟ କୁମାର ପଲେଇ, ଗୋପୀନାଥ ମହାନ୍ତି, କରୁଣାକ ମହାନ୍ତି, ସନ୍ତୋଷ କୁମାର ସାହୁ, ଚନ୍ଦ୍ରମଣି ମହାନ୍ତି, କଳାକାର ମହାନ୍ତି ଦୁର୍ଯ୍ୟୋଧନ ମହାନ୍ତି, ପିତାମ୍ବର ସାହୁ, ଦିବ୍ୟ ଲୋଚନ ମହାନ୍ତି, ନିମାଇଁ ବଳ,ଦୀନବନ୍ଧୁ ମହାନ୍ତି, ଶ୍ୟାମସୁନ୍ଦର ମହାନ୍ତି, ଚାଳକୃଷ୍ଣ ନାଏକ, ବସନ୍ତି ମହାପାତ୍ର, ଚତୁର୍ଭୁଜ ମହାନ୍ତି ଉପହାର ପଥଗ୍ରହଣ ମାଧବ ଗୋପୀନାଥ ନାଏକ ଆଦି ୩୫ ରୁ ଉର୍ଦ୍ଧ୍ୱ ପୁରାତନ ଛାତ୍ର ଯୋଗ ଦେଇ ବନ୍ଧୁମିଳନ ମାଧ୍ୟମରେ ଏକତା, ସହଯୋ ମନୋଭାବ ଓ ପରସ୍ପର ମଧ୍ୟରେ ନିବିଡ଼ ସମ୍ପର୍କ ମଜଭୁତ ହୋଇଥା ଇଥାଏ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମକୁ ଗତାନନ୍ଦ ପଟ୍ଟନାୟକ ସଂଯୋଜନା କରିଥିଲା ବେଳେ ଦେବରାଜ ଟୁଡୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande