ସଂସଦ ଅଧିବେଶନ ଅତ୍ୟନ୍ତ ଉତ୍ପାଦକ ଥିଲା, ପ୍ରଧାନମନ୍ତ୍ରୀ ସୁକ୍ଷାର ଏଜେଣ୍ଡାକୁ ମିଳିଲା ଗତି- ରିଜିଜୁ
ନୂଆଦିଲ୍ଲୀ, 19 ଡିସେମ୍ବର (ହି.ସ.)- ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରନ୍ ରିଜିଜୁ ବୁଧବାର କହିଛନ୍ତି ଯେ ସଂସଦର ଶୀତକାଳୀନ ଅଧିବେଶନ ଅତ୍ୟନ୍ତ ଉତ୍ପାଦକ ରହିଛି ଏବଂ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଧାର ଏଜେଣ୍ଡାକୁ ଗତି ମିଳିଛି ଓ ଏହା ଏହି ଦିଗରେ ଏକ ଗୁ
କିରଣ ରିଜିଜୁ


ନୂଆଦିଲ୍ଲୀ, 19 ଡିସେମ୍ବର (ହି.ସ.)- ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରନ୍ ରିଜିଜୁ ବୁଧବାର

କହିଛନ୍ତି ଯେ ସଂସଦର ଶୀତକାଳୀନ ଅଧିବେଶନ ଅତ୍ୟନ୍ତ ଉତ୍ପାଦକ ରହିଛି ଏବଂ ଏଥିରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଧାର ଏଜେଣ୍ଡାକୁ ଗତି ମିଳିଛି ଓ ଏହା ଏହି ଦିଗରେ ଏକ

ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି।

ସଂସଦର ଉଭୟ ଗୃହର କାର୍ଯ୍ୟବାହୀ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ

ହେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ରିଜିଜୁ କହିଛନ୍ତି ଯେ ଏହି ଅଧିବେଶନରେ ପାରିତ

ବିଧେୟକଗୁଡ଼ିକ କୋଟିକୋଟି ଲୋକଙ୍କର ଜୀବନ ମାନରେ ବଡ଼ ସୁଧାର ଆଣିବ ଏବଂ ଭାରତକୁ ଏକ ବିକଶିତ

ରାଷ୍ଟ୍ର କରିବାରେ ଅବଦାନ ଦେବ। ଏହି ବିଧେୟକ ଦେଶର କୋଟିକୋଟି ଲୋକଙ୍କ ଜୀବନରେ ସୁଧାର ଆଣିବ

ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ବହୁତ ଲୋକ ସମ୍ଭବତଃ ଏହାର ଗୁରୁତ୍ୱକୁ ଠିକ୍

ଭାବେ ବୁଝି ପାରୁନଥିବେ।

ରିଜିଜୁ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି

ଅଧିନିୟମ (ମନରେଗା)କୁ ଲୁଟ ଓ ଦୁର୍ନୀତିର ଆଡ଼ା ରୂପେ ପରିଣତ କରାଯାଇଥିଲା। ଏହାର ସ୍ଥାନରେ

ଆଣାଯାଇଥିବା ‘ବିକଶିତ ଭାରତ – ଗାରଣ୍ଟି ଫର୍ ଏମ୍ପ୍ଲୋୟମେଣ୍ଟ ଏଣ୍ଡ ଆଜୀବିକା ମିଶନ

(ଗ୍ରାମୀଣ)’ ଅର୍ଥାତ୍ ‘ଜି ରାମ ଜୀ’ ବିଧେୟକ ଏହି ପରିସ୍ଥିତିକୁ ସୁଧାରିବ ଏବଂ ଗ୍ରାମୀଣ

ଅଞ୍ଚଳରେ ଏକ ବଡ଼ ପରିବର୍ତ୍ତନ ଆଣିବ।

ସେ କହିଛନ୍ତି ଯେ ଏହି ଅଧିବେଶନରେ ନିର୍ବାଚନ ସୁଧାର ଉପରେ ହୋଇଥିବା

ଆଲୋଚନା ବହୁତ କଥା ସ୍ପଷ୍ଟ କରିଦେଇଛି। ନିର୍ବାଚନ ପ୍ରକ୍ରିୟା, ବିଶେଷ ଗଭୀର

ପୁନରୀକ୍ଷଣ (ଏସ୍‌ଆଇଆର୍) ଏବଂ ନିର୍ବାଚନ ଆୟୋଗ ସହ ସଂପୃକ୍ତ ବିଷୟଗୁଡ଼ିକୁ ପୂର୍ଣ୍ଣ ଭାବେ

ସ୍ପଷ୍ଟ କରାଯାଇଛି। ‘ବନ୍ଦେ ମାତରମ୍’ ଉପରେ ଦୀର୍ଘ ଆଲୋଚନା କରି ଆମେ ପୁନର୍ବାର ଦେଶଭକ୍ତିର

ଭାବନାକୁ ଆହୁରି ଆଗକୁ ବଢ଼ାଇଛୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande