



ସମ୍ବଲପୁର, ୧୯ ଡିସେମ୍ବର (ହି.ସ.) - ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ କିସିଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରିତା ଭୋଇଙ୍କ ଅଧ୍ୟକ୍ଷତାରେ ବିଦ୍ଯାଳୟର ବାର୍ଷିକ କ୍ରୀଡା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନେ ମଶାଲ ଶୋଭାଯାତ୍ରାରେ ପରିକ୍ରମା କରିବା ପରେ ସ୍ବାଗତ ସଙ୍ଗୀତ ମଧ୍ୟରେ ଭୂମି ପୂଜନ କରି ଅଧ୍ୟକ୍ଷାଙ୍କ ସହିତ କ୍ରୀଡା ଉତ୍ସବକୁ ଉଦଘାଟନ କରିଥିଲେ। ନିଜ ଉଦଘାଟନୀ ଭାଷଣରେ କ୍ରୀଡା ଦ୍ଵାରା ଶରୀର ସୁସ୍ଥ ରହିବା ସହିତ ଶାରୀରିକ ଓ ମାନସିକ ଏକାଗ୍ରତା ହାସଲ କରାଯାଇପାରିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ କିସିଣ୍ଡା ଥାନା ଏସଆଇ ଗୋଲକ ବିହାରୀ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହି ଉତ୍ସବରେ ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାରର କ୍ରୀଡା ରେ ଅଂଶ ଗ୍ରହଣ କରି ନିଜର କୃତିତ୍ୱ ପ୍ରଦର୍ଶନ କରିଥିଲେ ଏବଂ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ର ସୌରେନ୍ କୁମୁରା ଚମ୍ପିୟାନ ହୋଇଥିଲେ। ରାଜନୀତି ବିଭାଗର ଅଧ୍ୟାପକ କୌଶିକ କୁମାର ପ୍ରଧାନ ସଂଯୋଜନା କ୍ରୀଡ଼ା ଶିକ୍ଷକ ସୁରେଶ କୁମାର ପାତ୍ରଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ପରିଚାଳନା କ୍ରମେ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ