
କେନ୍ଦ୍ରାପଡା, 19 ଡିସେମ୍ବର (ହି.ସ.): କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ପଳସିଂହା ଗ୍ରାମର ଅବସରପ୍ରାପ୍ତ ସେନାଧିକାରୀ, ସହକାରୀ କାରାଧ୍ଯକ୍ଷ ତଥା ବିଶିଷ୍ଟ ସମାଜସେବୀ ଦିବଙ୍ଗତ କୃତିବାସ ରାଉତଙ୍କୁ ପୁଣ୍ୟ ଦ୍ୱାଦଶାହରେ ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଭାବଗ୍ରାହୀ କଳା ନିକେତନ ତଥା ରେଡ଼ିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତା କରିବା ସହିତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପ୍ରଥମେ ସ୍ୱର୍ଗତ କୃତିବାସଙ୍କ ଫଟୋ ଚିତ୍ରରେ ଅତିଥିମାନେ ପୁଷ୍ପାର୍ଘ୍୍ୟ ଅର୍ପଣ କଲାପରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଭାବଗ୍ରାହୀ କଳା ନିକେତନର ନିରୁପମା ଜେନା ସ୍ମୃତି ଶ୍ରଦ୍ଧାଞ୍ଜଳି ସଙ୍ଗୀତ ମାଧ୍ୟମରେ ଦିବଙ୍ଗତ ଆତ୍ମାକୁ ପରିବାର ବର୍ଗଙ୍କ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କଣ୍ଠଶିଳ୍ପୀ ବିମଳ ପରିଡାଙ୍କ ସମେତ ଉପେନ୍ଦ୍ର ପାଢ଼ୀ, ସନ୍ତୋଷ ପ୍ରଧାନ, ବଳରାମ ମଲିକ, ରଞ୍ଜନ ବରାଳ, ଅଜୟ ଜେନା, ରଞ୍ଜନ ବିଶ୍ୱାଳ, ଅମର ଅମିତ ବିଶ୍ୱାଳ, ହୃଷୀକେଶ ବାରିକ ପ୍ରମୁଖ ଭାବପୂର୍ଣ୍ଣ ଭଜନ ପରିବେଷଣ କରିଥିଲେ । ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୀତାଞ୍ଜଳି ସେଠୀ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଶିବପ୍ରସାଦ ଭଳ, ପଣ୍ଡିତ ପଦ୍ମନାଭ ଦାଶ,ସରପଞ୍ଚ ଦେବେନ୍ଦ୍ର ପରିଡା, ଶରତ ଭଳ, ମୁରଲୀଧର, ଦ୍ୱେ ପାତ୍ର, ମନୋଜ ବିଶ୍ୱାଳ, ଡାକ୍ତର ସଞ୍ଜୟ ବିଶ୍ୱାଳ, କେଶବ ବିଶ୍ୱାଳ, ପ୍ରଦୀପ କୁମାର, ଦି୍ୱ୍ଯାଶ୍ରୀ ରାଉତ, ବିଷ୍ଣୁ ଚରଣ ବିଶ୍ୱାଳ, ଦ୍ୱେ ପ୍ରସାଦ ବିଶ୍ୱାଳ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଦିବଙ୍ଗତ କୃତିବାସ ଙ୍କ କୃତି ଏବଂ କିର୍ତି ସମ୍ପର୍କରେ ଆଲୋକପାତ କରିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପତ୍ନୀ ପାର୍ବତୀ ରାଉତ, ପୁତ୍ର ବିଶ୍ୱ ପ୍ରତାପ, ବିଶ୍ୱ ରଞ୍ଜନ, ପୁତ୍ରବଧୂ ଦିପିକା ମହାପାତ୍ର, ଲିପ୍ସା ବରାଳ, ନାତୁଣୀ ଦିବିଯାଶ୍ରୀ, ଶିକ୍ଷକ ପ୍ରତାପ ରାଉତ, କାଙ୍ଗାଳି ମହାନ୍ତି, ପ୍ରଦୀପ ରାଉତ, ପ୍ରତାପ ପରିଡା, କମଳାକାନ୍ତ ରାଉତ, ଲକ୍ଷ୍ମୀଧର ରାଉତ ବିଦ୍ୟାଧର ଓଝା ଆୟୋଜିତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପଣ୍ଡିତ ପଦ୍ମନାଭ ଦାଶ ଏବଂ ସରପଞ୍ଚଦେବେନ୍ଦ୍ର ପରିଡା କଳାକାର ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ବଡ଼ପୁଅ ବିଶ୍ୱ ପ୍ରତାପ ରାଉତ ପରିବାର ବର୍ଗଙ୍କ ତରଫରୁ କଳାକାର ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି