
କୋରେଇ, ୧୯ ଡିସେମ୍ବର (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳେଇପୁର ପଂଚାୟତ ଖାନ୍ଦରାପୁର(ସିଂଗଡା ) ଗ୍ରାମରେ ନାତିର ଗାଡି ଧକ୍କାରେ ଜେଜେମାର ମୃତ୍ୟୁ (ହତ୍ୟା) ଘଟିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହାକୁ ନେଇ ସମଗ୍ର ଅଂଚଳରେ ଏହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏ ଘଟଣାରେ ପୁଲିସ ଅଭିଯୁକ୍ତର ବାପା ଓ ସାନଭାଇକୁ ଥାନାକୁ ଆଣି ତଦନ୍ତ ଚଳାଇଥିବା ବେଳ ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି । ପୁଲିସ ଏକ ମାମଲା ୪୦୦/୨୫ ରୁଜ୍ଜୁ କରି ଆଜି ସାଇନିଟିଫିକ ଟିମ ଦ୍ୱାରା ତଦନ୍ତ କରିଛି । ଘଟଣାସ୍ଥଳେ ସାଇନଟିଫିକ ଟିମ ପଂହଚି ଯାଂଚ କରିଛି । ପ୍ରକାଶଯେ ସିଂଗଡା ଗ୍ରାମର ୰ ପୋଇନ ସାହୁ ଓ ତାଙ୍କ ସ୍ତ୍ରୀ ଜୁଳି ସାହୁଙ୍କ ଏକମାତ୍ର ପୁତ୍ର ନାରାୟଣ ସାହୁଙ୍କ ମଧ୍ୟରେ ଜମିବାଡିକୁ କେନ୍ଦ୍ର କରି ବିବାଦ ଲାଗିରହିଥିଲା । ନାରାୟଣ ତାଙ୍କ ବାପ ଓ ମାଙ୍କୁ ଖାଇବାକୁ ନଦେଇ ନାନାଦି ଅତ୍ୟାଚାର କରୁଥିଲେ । ଫଳରେ ସ୍ୱାମୀ ଓ ସ୍ତ୍ରୀ ମିଶି କିଛି ଜମି ତାଙ୍କ ବିବାହିତ ଝିଅ ଅନିତାଙ୍କ ନାମରେ କରିଥିଲେ । ପୋଇନର ମୃତ୍ୟୁ ପରେ ଜୁଳି ଅଧିକ ନିର୍ଯ୍ୟାତନାର ଶିକାର ହୋଇ ଝିଅ ଘରେ ଯାଇ ରହୁଥିଲେ । ଏହି ମାମଲାକୁ କେନ୍ଦ୍ର କରି ଥାନାରେ ମାମଲା ହୋଇଥିଲା । ଯେଉଁଥି ପାଇ ମା ଓ ଝିଅ ଆଜି ଗାଁକୁ ଆସିଥିଲେ । ବୁଧବାର ଅପରାହ୍ନ ସାଢେ ୩ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ସିଂଗଡା ଗଳିପୋଲ ତଳ ସଂଯୋଗୀକରଣ ରାସ୍ତାରେ ମା ଓ ଝିଅ ଯାଉଥିବା ବେଳେ ନାରାୟଣଙ୍କ ବଡ ପୁଅ କାର୍ତିକ ଏକ ପିକଅପ (ଓଡି ୦୪ଇ୮୫୪୭) ନେଇ ଜୁଳିକୁ ଧକ୍କା ଦେଇଥିବା ବେଳେ ଅନିତା ଡେଇଁ ପଡି ଅଳ୍ପକେ ବର୍ତି ଯାଇଥିଲା । ଫଳରେ ଘଟଣାସ୍ଥଳରେ ବୃଦ୍ଧାର ର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇ ପିକଅପଟି ଫେରାର ହୋଇଯାଇଥିଲା । ବାପ ପୁଅ ମିଶି ସମ୍ପତି ଲୋଭରେ ମାକୁ ଷଡଯନ୍ତ୍ର କରି ମାରିଦେଇଥିବାର ଅଭିଯୋଗ କରିଛନ୍ତି ଅନିତା ଥାନାରେ କରିବା ସହ ଆଜି ଶବ ବ୍ୟବଚ୍ଛ୍ୟେଦ ପରେ ଅନିତାଙ୍କୁ ହସ୍ତାନ୍ତର କରାଯାଇଛି । ନରହନ୍ତା ନାତି ଫେରାର ହୋଇଯାଇଥିବା ବେଳେ ନାରାୟଣ ଓ ତାର ସାନପୁଅ ଗଣେଷକୁ ପୁଲିସ ଥାନାକୁ ଆଣି ତଦନ୍ତ ଚଳାଇଛି । ସମ୍ପତି ପାଇଁ ପରିବାର ଲୋକ ଏଭଳି ନାରକୀୟ କାଣ୍ଡ ଘଟାଇଥିବା ସ୍ଥାନୀୟ ଅଂଚଳରେ ଆଲୋଚନାର ବିଷୟ ପାଲଟିଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ