ଲୋକସଭାର କାର୍ଯ୍ୟ ଅନିଶ୍ଚିତ କାଳ ଯାଏ ସ୍ଥଗିତ
ନୂଆଦିଲ୍ଲୀ, 19 ଡିସେମ୍ବର (ହି.ସ.)- ଲୋକସଭାର କାର୍ଯ୍ୟ ଶୁକ୍ରବାର ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇଛି। ଗୃହର କାର୍ଯ୍ୟ ୧ ଡିସେମ୍ବରରୁ ଆରମ୍ଭ ହୋଇଥିଲା। ଆଜି ସକାଳ ୧୧ଟାରେ କାର୍ଯ୍ୟ ଆରମ୍ଭ ସମୟରେ ଲୋକସଭା ଅଧ୍ୟକ୍ଷ ତାଙ୍କ ବାର୍ତ୍ତାରେ କହିଥିଲେ ଯେ ୧୮ତମ ଲୋକସଭାର ଷ
ଲୋକସଭା


ନୂଆଦିଲ୍ଲୀ, 19 ଡିସେମ୍ବର (ହି.ସ.)- ଲୋକସଭାର କାର୍ଯ୍ୟ ଶୁକ୍ରବାର ଅନିର୍ଦ୍ଧିଷ୍ଟ କାଳ ପାଇଁ

ସ୍ଥଗିତ କରାଯାଇଛି। ଗୃହର କାର୍ଯ୍ୟ ୧ ଡିସେମ୍ବରରୁ ଆରମ୍ଭ ହୋଇଥିଲା। ଆଜି ସକାଳ ୧୧ଟାରେ

କାର୍ଯ୍ୟ ଆରମ୍ଭ ସମୟରେ ଲୋକସଭା ଅଧ୍ୟକ୍ଷ ତାଙ୍କ ବାର୍ତ୍ତାରେ କହିଥିଲେ ଯେ ୧୮ତମ ଲୋକସଭାର ଷଷ୍ଠ

ଅଧିବେଶନରେ ୧୫ଟି ବୈଠକ ହୋଇଥିଲା। ଏହି ଅଧିବେଶନର ଉତ୍ପାଦକତା ୧୧୧ ପ୍ରତିଶତ ରହିଥିଲା। ଏହା

ପରେ ‘ବନ୍ଦେ ମାତରମ୍’ ସହିତ ଗୃହର କାର୍ଯ୍ୟବାହୀକୁ ଅନିର୍ଦ୍ଧାରିତ କାଳ ପାଇଁ ସ୍ଥଗିତ

କରାଯାଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗୃହରେ ଉପସ୍ଥିତ ଥିଲେ।

ସଂସଦର ଶୀତକାଳୀନ ଅଧିବେଶନ ସମାପ୍ତ ହେବା ପରେ ଲୋକସଭା ଅଧ୍ୟକ୍ଷ ଓମ୍

ବିର୍ଲା ତାଙ୍କ ଚେମ୍ବରରେ ରାଜନୈତିକ ଦଳମାନଙ୍କ ନେତା ଏବଂ ସଦସ୍ୟମାନଙ୍କ ସହ ଭେଟ କରିଥିଲେ।

ଉଲ୍ଲେଖନୀୟ ଯେ ଏହି ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ

ପାରିତ ହୋଇଥିଲା। ଏଥିରେ ପରମାଣୁ ଉର୍ଜା ଏବଂ ମନରେଗା ସହ ସଂପୃକ୍ତ ବିଧେୟକ ମୁଖ୍ୟ ଥିଲା। ଏହା

ସହିତ ସଦନରେ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଓ ନିର୍ବାଚନ ସୁଧାର ଉପରେ ମଧ୍ୟ ଆଲୋଚନା

ହୋଇଥିଲା।

ଅଷ୍ଟାଦଶତମ ଲୋକସଭାର ଷଷ୍ଠ ଅଧିବେଶନ ୧ ଡିସେମ୍ବରରୁ ଆରମ୍ଭ

ହୋଇଥିଲା। ଅଧିବେଶନ ଅବଧିରେ ୧୫ଟି ବୈଠକ ହୋଇଥିଲା। ଅଧିବେଶନ ଅବଧିରେ ମୋଟ ବୈଠକ ସମୟ ୯୨ ଘଣ୍ଟା

୨୫ ମିନିଟ୍ ଥିଲା। ଅଧିବେଶନ ସମୟରେ ୧୦ଟି ସରକାରୀ ବିଧେୟକ ଆଗତ କରାଯାଇଥିଲା ଏବଂ ୮ଟି ବିଧେୟକ

ପାରିତ ହୋଇଥିଲା।

ଏଥିରେ ମଣିପୁର ବସ୍ତୁ ଏବଂ ସେବା କର (ଦ୍ୱିତୀୟ ସଂଶୋଧନ) ବିଧେୟକ, କେନ୍ଦ୍ରୀୟ ଉତ୍ପାଦ

ଶୁଳ୍କ (ସଂଶୋଧନ) ବିଧେୟକ, ଜାତୀୟ ସୁରକ୍ଷା ଉପକର ବିଧେୟକ, ବିନିଯୋଗ (ସଂଖ୍ୟା–୪) ବିଧେୟକ, ନିରସନ ଓ ସଂଶୋଧନ

ବିଧେୟକ, ‘ସବକା ବୀମା ସବକୀ

ରକ୍ଷା’ (ବୀମା ଆଇନରେ ସଂଶୋଧନ) ବିଧେୟକ, ଭାରତର ପରିବର୍ତ୍ତନ ପାଇଁ ପରମାଣୁ ଉର୍ଜାର ସସ୍ଥାୟୀ

ଦୋହନ ଓ ବିକାଶ ବିଧେୟକ, ‘ବିକଶିତ ଭାରତ – ରୋଜଗାରର ଗାରଣ୍ଟି ଏବଂ ଆଜୀବିକା ମିଶନ (ଗ୍ରାମୀଣ):

ଭିବି–ଜି ରାମ ଜୀ’ ବିଧେୟକ ସାମିଲ ରହିଥିଲା।

ପ୍ରଧାନମନ୍ତ୍ରୀ ଜାତୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି

ଅବସରରେ ଏକ ଆଲୋଚନା ଆରମ୍ଭ କରିଥିଲେ। ଗୃହରେ ଏହି ବିଷୟରେ ୧୧ ଘଣ୍ଟା ୩୨ ମିନିଟ୍ ପର୍ଯ୍ୟନ୍ତ

ଆଲୋଚନା କରିଥିଲା,

ଯେଉଁଥିରେ ୬୫ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ। ଏହିପରି ‘ନିର୍ବାଚନ

ସୁଧାର’ ବିଷୟରେ ୯ ଓ ୧୦ ଡିସେମ୍ବରରେ ପ୍ରାୟ ୧୩ ଘଣ୍ଟା ଧରି ଆଲୋଚନା ହୋଇଥିଲା, ଯେଉଁଥିରେ ୬୩ ଜଣ

ସଦସ୍ୟ ଅଂଶନେଇଥିଲେ।

ଅଧିବେଶନ ଅବଧିରେ ୩୦୦ଟି ତାରାଙ୍କିତ ପ୍ରଶ୍ନ ଗ୍ରହଣ କରାଯାଇଥିଲା

ଏବଂ ୭୨ଟି ତାରାଙ୍କିତ ପ୍ରଶ୍ନର ମୌଖିକ ଉତ୍ତର ଦିଆଯାଇଥିଲା। ସତ୍ର ସମୟରେ ମୋଟ ୩,୪୪୯ଟି ଅତାରାଙ୍କିତ

ପ୍ରଶ୍ନ ଗ୍ରହଣ କରାଯାଇଥିଲା। ଶୂନ୍ୟକାଳ ଅବଧିରେ ସଦସ୍ୟମାନେ ସମୁଦାୟ ୪୦୮ଟି ଅତ୍ୟାବଶ୍ୟକ

ସାର୍ବଜନୀନ ଗୁରୁତ୍ୱର ବିଷୟ ଉଠାଇଥିଲେ ଏବଂ ନିୟମ ୩୭୭ ଅନୁସାରେ ମୋଟ ୩୭୨ଟି ମାମଲାରେ ବିଚାର

କରାଯାଇଥିଲା। ବିଶେଷକରି ୧୧ ଡିସେମ୍ବରରେ ଗୃହର ଶୂନ୍ୟକାଳ ସମୟରେ ୧୫୦ ଜଣ ସଦସ୍ୟ ନିଜ ମାମଲା

ଉଠାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande