
କେନ୍ଦୁଝର, ୧୯ ଡିସେମ୍ବର (ହି.ସ.) - ହରିଚନ୍ଦନପୁର ବ୍ଲକ ମୁଖ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତେଲକୋଇ ବିଧାୟକ ଡ଼ ଫକିର ଚରଣ ନାଏକ ଯୋଗଦେଇଥିଲେ। ଏହି ମିଶ୍ରଣ ପର୍ବରେ ବୁଢ଼ା ଖମଣ ଓ ମନୋହରପୁର ପଂଚାୟତର ଅନ୍ୟ ଦଳର କର୍ମୀମାନେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକଳାପରେ ମୁଗ୍ଧ ହୋଇ ବହୁସଂଖ୍ୟାରେ ଯୋଗଦେଇଥିଲେ। ଏହି ମିଶ୍ରଣ ପର୍ବ ପରେବିଜେପି ଦଳ ଆହୁରି ମଜବୁତ୍ ହେବ ବୋଲି ବିଧାୟକ ଡ଼ ଫକିର ଚରଣ ନାୟକ ପ୍ରକାଶ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA