ପୌର ପ୍ରଶାସନର ତାଗିଦ ପରେ ମଧ୍ୟ ଅମାନିଆ ବ୍ୟବସାୟୀ
ଜୟପୁର, ୧୯ ଡିସେମ୍ବର (ହି.ସ.)- ଜୟପୁର ସହରର ଏମଜି ରୋଡ ଅର୍ଥାତ ବାଳିକା ଉଚ୍ଚ ବିଦ୍ୟାଳୟ ପାଚେରି କଡରେ ଥିବା ଉଠା ଦୋକାନୀ ମାନେ ବେଆଇନ ଭାବେ ବୃଦ୍ଧି କରିବା ସହ ରାସ୍ତାରେ ଯାତାୟତ ସମସ୍ୟା ସୃଷ୍ଟି କରି ଟ୍ରାଫିକ ଜାମ କରୁଛନ୍ତି। ଏପରିକି ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀରେ ସହର ସୌନ୍ଦର୍ଯ୍ୟକ
ପୌର ପ୍ରଶାସନର ତାଗିଦ ପରେ ମଧ୍ୟ ଅମାନିଆ ବ୍ୟବସାୟୀ


ଜୟପୁର, ୧୯ ଡିସେମ୍ବର (ହି.ସ.)- ଜୟପୁର ସହରର ଏମଜି ରୋଡ ଅର୍ଥାତ ବାଳିକା ଉଚ୍ଚ ବିଦ୍ୟାଳୟ ପାଚେରି କଡରେ ଥିବା ଉଠା ଦୋକାନୀ ମାନେ ବେଆଇନ ଭାବେ ବୃଦ୍ଧି କରିବା ସହ ରାସ୍ତାରେ ଯାତାୟତ ସମସ୍ୟା ସୃଷ୍ଟି କରି ଟ୍ରାଫିକ ଜାମ କରୁଛନ୍ତି। ଏପରିକି ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀରେ ସହର ସୌନ୍ଦର୍ଯ୍ୟକରଣ ନିମନ୍ତେ ୱାଲ ପେଣ୍ଟି˚ କରାଯାଉଥିବା ବେଳେ ବ୍ୟବସାୟୀ ମାନେ ନିଜ ମନମାନିରେ ଦୋକାନ ଗୁଡିକ ଠିଆ କରି ରଖୁଛନ୍ତି।

ଉପଜିଲ୍ଲାପାଳ ଏ.ସସ୍ୟା ରେଡ୍ଡୀଙ୍କ ନିର୍ଦ୍ଦେଶ କ୍ରମେ ପୌରସ˚ସ୍ଥା କର୍ମଚାରୀ ମାନେ ସମସ୍ତ ଉଠା ଦୋକାନୀ ମାନଙ୍କୁ ଜବରଦଖଲ ଉଚ୍ଛେଦ କରି ତାଗିଦ କରିଥିଲେ ମଧ୍ୟ ସେମାନେ ସେହିଦିନ ଦୋକାନ ବାହାର କରିଦେଉଛନ୍ତି ଏବ˚ ପରେ ପୁଣି ଥରେ ଦୋକାନ ଆଣି ବସି ପଡୁଛନ୍ତି। ସେଠାରେ ଦୋକାନ ନ ପକାଇବା ପାଇଁ ତାଗିଦ କରିଥିଲେ। ଉଠା ଦୋକାନି ପୁନର୍ବାର ଦୋକାନ ଖୋଲନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଦିନକୁ ୫ଶହ ଟଙ୍କା ଜୋରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କାନ୍ଥ ନିକଟରେ ଦୋକାନ ଗୁଡିକ ରହିଲେ ସହରର ସୌନ୍ଦର୍ଯ୍ୟ ହାନି ହେବା ସହ ୱାଲ ପେଣ୍ଟି˚ ଗୁଡିକ ମଧ୍ୟ ଦେଖା ଯାଉନାହିଁଁ। ଯାହା ଫଳରେ ସେଠାରେ ଅନେକ ସମୟରେ ଟ୍ରାଫିକ ଜାମ ହେଉଥିବା ଦେଖାଯାଉଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande