
ପୁରୀ, ୧୯ ଡିସେମ୍ବର (ହି.ସ.)- ପୁରୀ ବିଧାୟକ ସୁନିଲ ମହାନ୍ତି ଓ ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ଘରେ ଟିପିସିଓଡିଏଲ ବିଜୁଳି ବିଲ ଆଭରେଜ ଆସୁଥିବା ଆପ ଅଭିଯୋଗ କରିଛି । ଶୁକ୍ରବାର ଏ ସମ୍ପର୍କରେ ଆପ୍ ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ଖୋଲାସା କରିଛନ୍ତି । ସାଧାରଣ ଗରିବ ଉପଭୋକ୍ତାଙ୍କ ବିଜୁଳି ବିଲ ଆଭରେଜ ଆସିଲେ କମ୍ପାନୀ ନୂଆ ମିଟର ଲଗାଇବା ପାଇଁ ଦାବି କରୁଛି । ଅତିରିକ୍ତ ସୁରକ୍ଷା ଡିପୋଜିଟ ନାମରେ କୋଟି କୋଟି ଟଙ୍କା ଆଦାୟ କରିବାକୁ ମସୁଧା କରୁଛି । ଏରିଅର ବିଲ ନାମରେ କମ୍ପାନୀ ଗ୍ରାହକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ବିଦ୍ୟୁତ ଗ୍ରାହକଙ୍କ ଘରେ ଜବରଦସ୍ତି ସ୍ମାର୍ଟ ମିଟର ଟାଟା କମ୍ପାନୀ ଲଗାଉଛି । ବିଜେପି ସରକାର ୩୦୦ ୟୁନିଟ ବିଜୁଳି ପ୍ରଦାନ କରିବା ଏକ ହାବେଳି ବାଣ ପ୍ରହେଳିକା ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଚଳିତ ମାସ ୨୩ ତାରିଖରେ ଆପ ଟିପିସିଓଡିଏଲ ଅଫିସକୁ ଘେରାଉ କରିବ ବୋଲି ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତି, ଜିଲ୍ଲା ସମ୍ପାଦକ ସତ୍ୟଜିତ ମହାନ୍ତି ଓ ନଗର ସଭାପତି ରମାକାନ୍ତ ସ୍ବାଇଁ ଚେତାବନୀ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ