ସ୍ବର୍ଗଦ୍ବାର ଶ୍ମଶାନରେ ଶବକୁ ମହାଅପମାନ : ଦୁର୍ନୀତିର ଦୁର୍ଗନ୍ଧ ଜଳଜଳ, ଭିଆଇପିଙ୍କ ଶବ ପାଇଁ ପିଣ୍ଡି ସଂରକ୍ଷିତ
ପୁରୀ, ୧୯ ଡିସେମ୍ବର (ହି.ସ.)- ତୁଣ୍ଡରେ ଶେଷ ନାମ ଜଗନ୍ନାଥ । ଶେଷ ଦର୍ଶନ ପତିତପାବନ । ଶେଷ ଠିକଣା ସ୍ବର୍ଗଦ୍ବାର । ଶେଷ ଯାନ ଛଖଣ୍ଡି ବାଉଁଶ । ହିନ୍ଦୁ ମାନଙ୍କର ବିଶ୍ବାସ ରହିଛି ସ୍ବର୍ଗଦ୍ବାରରେ ଶବ ଦାହ କଲେ ଆତ୍ମା ସ୍ବର୍ଗକୁ ଯାଇଥାଏ । ସ୍ବର୍ଗର ଇନ୍ଦ୍ରଦେବ ମର୍ତ୍ତ୍ୟକୁ ଆସି ଶ୍ରୀଜଗନ୍ନାଥଙ୍କୁ
ସ୍ବର୍ଗଦ୍ବାର ଶ୍ମଶାନରେ ଶବକୁ ମହାଅପମାନ ଦୁର୍ନୀତିର ଦୁର୍ଗନ୍ଧ ଜଳଜଳ


ସ୍ବର୍ଗଦ୍ବାର ଶ୍ମଶାନରେ ଶବକୁ ମହାଅପମାନ ଦୁର୍ନୀତିର ଦୁର୍ଗନ୍ଧ ଜଳଜଳ


ପୁରୀ, ୧୯ ଡିସେମ୍ବର (ହି.ସ.)- ତୁଣ୍ଡରେ ଶେଷ ନାମ ଜଗନ୍ନାଥ । ଶେଷ ଦର୍ଶନ ପତିତପାବନ । ଶେଷ ଠିକଣା ସ୍ବର୍ଗଦ୍ବାର । ଶେଷ ଯାନ ଛଖଣ୍ଡି ବାଉଁଶ । ହିନ୍ଦୁ ମାନଙ୍କର ବିଶ୍ବାସ ରହିଛି ସ୍ବର୍ଗଦ୍ବାରରେ ଶବ ଦାହ କଲେ ଆତ୍ମା ସ୍ବର୍ଗକୁ ଯାଇଥାଏ । ସ୍ବର୍ଗର ଇନ୍ଦ୍ରଦେବ ମର୍ତ୍ତ୍ୟକୁ ଆସି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ସମୁଦ୍ରକୂଳ ସେହି ବାଟେ ସ୍ବର୍ଗକୁ ଯାଇଥିବା କଥିତ ଅଛି । ପୁରୁଣା ସ୍ବର୍ଗଦ୍ବାର ଖୋଲା ଆକାଶ ତଳେ ଶବଦାହ କରାଯାଉଥିଲା । ଏବେ ଛାତତଳେ ଶବଦାହ କରାଯାଉଛି । ୨୪ ଘଣ୍ଟା ଭିତରେ ସ୍ବର୍ଗଦ୍ବାରରେ ୧୫୦ରୁ ୨୦୦ ଶବଦାହ କରାଯାଉଛି । ଭିଆଇପିଙ୍କ ଶବ ପାଇଁ ସ୍ବତନ୍ତ୍ର ପିଣ୍ଡି ସଂରକ୍ଷିତ ରହିଛି । ଅନ୍ଯ ଶବ ଗୁଡିକ ମେଡିକାଲରେ ବେଡ ନମିଳିଲେ ରୋଗୀ ଯେପରି ତଳେ ଶୁଏ ସେହିପରି ପ୍ରତିଦିନ ଅଧିକାଂଶ ଶବ ତଳେ ପଡିରହୁଛି । ଶ୍ରୀମନ୍ଦିରରେ ନୀତି ବିଳମ୍ବ ପରି ସେଠାରେ ମଧ୍ୟ ଶବଦାହ ଟୋକନ କରିବାର ଦୁଇ ଘଣ୍ଟା ପରେ ସାମଗ୍ରୀ ନେବା ପାଇଁ ଡାକବାଜି ଯନ୍ତ୍ରରେ ଡକାଯାଉଛି । ଆଧ୍ୟାତ୍ମିକ କ୍ଷେତ୍ର ଶ୍ରୀକ୍ଷେତ୍ରର ସ୍ବର୍ଗଦ୍ବାରକୁ ଦକ୍ଷିଣ ଭାରତୀୟ ଢାଞ୍ଚାରେ ନିର୍ମାଣ କରାଯାଇଛି । ଯାହା ବୁଦ୍ଧିଜୀବୀଙ୍କୁ ବ୍ଯଥିତ କରିଛି । ଶବଦାହ ପାଇଁ ୨୮ଟି ପିଣ୍ଡି ରହିଛି । ଶବ ବାହକ, କାଠ ପରିବହନ ବାହକ ଏକଚାଟିଆ କାରବାର ଚଳାଇଥିବା ଶୁଣାଯାଉଛି । ଯାହାର ଶବସଂସ୍କାର ନିଜେ କରୁଛନ୍ତି ସେମାନଙ୍କୁ ଜାଣିଶୁଣି ଗଣ୍ଠିଆ, ବଙ୍କା, ମୋଟା, ପୋଲା ଓ ଚେରୁଆ ଝାଉଁକାଠ ଦିଆଯାଉଥିବା ଅଭିଯୋଗ ହେଉଛି । ଦିଆଯାଉଥିବା ସାମଗ୍ରୀ ମଧ୍ୟରେ ଯେତିକି ମୂଲ୍ଯ ସ୍ବର୍ଗଦ୍ବାରରେ ପଡୁଛି ତାହାର ବଜାର ଦର କମ ରହୁଛି । ଦୁଇଟି ଲୁହାକଣ୍ଟାକୁ ବଜାର ଦର ୧ ଟଙ୍କା ହୋଇଥିବା ବେଳେ ସ୍ବର୍ଗଦ୍ବାରରେ ତାହାର ମୂଲ୍ଯ ୩ ଟଙ୍କା ରହିଛି । ସ୍ବର୍ଗଦ୍ବାର ଶ୍ମଶାନ ମହାଦୁର୍ନୀତିର ମହାଖଳା ପାଲଟିଥିବା ଆଲୋଚନା ହେଉଛି । ମୁଖାଗ୍ନି ସାମଗ୍ରୀରେ ଦିଆଯାଉଥିବା ଶୁଦ୍ଧ ଘିଅ ୩ ଶହ ଗ୍ରାମକୁ ୨୧୦ ଟଙ୍କା ଥିବାବଳେ କେଜି ୭ଶହ ଟଙ୍କା ପଡୁଛି । ଶବ ସହ ଆସିଥିବା ସମ୍ପର୍କୀୟ ମାନେ କାଉଣ୍ଟରର ଯଦି କିଣିକରି ଏକ କିଲୋ ଘିଅ ନେଉଛନ୍ତି ତେବେ ସେମାନଙ୍କୁ ୧୨ଶହ ଟଙ୍କା ପଡୁଛି । ଯାହାର କମ୍ପ୍ୟୁଟର ରସିଦ ଦିଆଯାଉନାହିଁ । ଏ ସମ୍ପର୍କରେ ଆମ ଆଦମୀ ପାର୍ଟିର (ଆପ)ର ପୁରୀ ଜିଲ୍ଲା ସଭାପତି ସଞ୍ଜିବ ମହାନ୍ତି କହିଛନ୍ତି ସ୍ବର୍ଗଦ୍ବାର ଘିଅ ଦୁର୍ନୀତି ସମ୍ପର୍କରେ ପୂର୍ବରୁ ଖୋଲାସା କରିଥିଲୁ । କିନ୍ତୁ ଜିଲ୍ଲା ପ୍ରଶାସନ ଓ ନଗର ଉନ୍ନୟନ ବିଭାଗ ଘିଅ ମୋହମନ୍ତ୍ର ସମ୍ପର୍କରେ କୌଣସି ସୁରାକ ଦେଉନାହାନ୍ତି । ଶବ ଦାହ ପିଣ୍ଡି ପାଖରେ ରଖାଯିବା ପରେ ନିଆଁରେ ପାଣି ପଡୁନାହିଁ କି ସଫା କରାଯାଉନଥିବାରୁ ବ୍ଯତିବ୍ଯସ୍ତ ହେଉଛନ୍ତି ଶବଦାହ ସମ୍ପର୍କୀୟ ମାନେ । ପୋଡିବା ପାଇଁ ଶବ ସଂସ୍କାରକ ମାନେ ଅଧିକ ଅର୍ଥ ଦାବି କରି ବହୁଥର ପାଟିତୁଣ୍ଡ ଓ କଥାକଟି ହେଉଥିବା ଅଭିଯୋଗ ହେଉଛି । କାଉଣ୍ଟରରେ ବସୁଥିବା କର୍ମଚାରୀ ମାନେ ନିଜକୁ କ୍ଲାସ ୱାନ ଅଫିସର ଭାବି ଶବ ସମ୍ପର୍କୀୟଙ୍କୁ ରୁକ୍ଷ ବ୍ଯବହାର କରୁଥିବା ଅଭିଯୋଗ ହେଉଛି । ସ୍ବର୍ଗଦ୍ବାରକୁ ଅଧିକ ଶବ ଆସୁଥିବାରୁ ଶବ ରଖିବା ପିଣ୍ଡି ଓ ଶବଦାହ ପିଣ୍ଡି ବଢାଇବା ପାଇଁ ଆଲୋଚନା ହେଉଛି । ସ୍ବର୍ଗଦ୍ବାର ସମ୍ମୁଖ ରାସ୍ତା ଅଣଓସାରିଆ ହୋଇଥିବାରୁ ସ୍ବର୍ଗରଥ ଓ ଆମ୍ବୁଲାନ୍ସ ଗାଡି ରଖିବା ପାଇଁ ସୁବିଧା ବ୍ଯବସ୍ଥା ନାହିଁ । ସ୍ବର୍ଗଦ୍ବାର ପୂର୍ବ ଓ ପଶ୍ଚିମ ପଟ ଆଉ ୧ଶହ ମିଟର ବଢାଇବାକୁ ଶବ ସଂସ୍କାରବାଦୀ ବ୍ଯକ୍ତି ସାଧାରଣରେ ଆଲୋଚନା କରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande