ୱେଷ୍ଟର୍ଣ୍ଣ ଓଡ଼ିଶା ସ୍କୁଲରେ ରୌପ୍ୟ ଜୟନ୍ତୀ ମହାସମାରୋହରେ ପାଳିତ
ନୂଆପଡ଼ା,୧୯ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ୱେଷ୍ଟର୍ଣ୍ଣ ଓଡ଼ିଶା ରେସିଡେନ୍ସିଆଲ ପବ୍ଲିକ ସ୍କୁଲର ରୌପ୍ୟ ଜୟନ୍ତୀ ମହାସମାରୋହ ଆଜି ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରତିଷ୍ଠାତା ଜିତେନ୍ଦ୍ର ନାଥ ପଟ୍ଟନାୟକ ସଭାପତିତ୍ଵ କରିଥିବା ବେଳେ ମୂଖ୍ୟ ଅତିଥି ଭାବରେ ନୂ
Annual function


ନୂଆପଡ଼ା,୧୯ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ୱେଷ୍ଟର୍ଣ୍ଣ ଓଡ଼ିଶା ରେସିଡେନ୍ସିଆଲ ପବ୍ଲିକ ସ୍କୁଲର ରୌପ୍ୟ ଜୟନ୍ତୀ ମହାସମାରୋହ ଆଜି ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରତିଷ୍ଠାତା ଜିତେନ୍ଦ୍ର ନାଥ ପଟ୍ଟନାୟକ ସଭାପତିତ୍ଵ କରିଥିବା ବେଳେ ମୂଖ୍ୟ ଅତିଥି ଭାବରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ, ମୁଖ୍ୟବକ୍ତା ଭାବରେ ଡିଏଭି କଲେଜ ଟିଟଲାଗଡର ପ୍ରାକ୍ତନ ଅଧ୍ୟକ୍ଷ ଡଃ. ଶିବ ପ୍ରସାଦ ବେହେରା, ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ରାମେଶ୍ବର ଅଗ୍ରୱାଲ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ଅଧ୍ୟକ୍ଷା ତଥା ସେକ୍ରେଟାରୀ ସ୍ନିଗ୍ଧା ଘୋଷ ଏବଂ ବିଦ୍ୟାଳୟର ପରିଚାଳକ ଉତ୍ସବ ଘୋଷ ପ୍ରମୁଖ ମଞ୍ଚାସିନ ଥିଲେ।

ଦ୍ୱିତୀୟ ଅଧିବେଶନରେ ବିଦ୍ୟାଳୟର ଅଧ୍ୟକ୍ଷା ତଥା ସେକ୍ରେଟାରୀ ସ୍ନିଗ୍ଧା ଘୋଷ ସଭାପତିତ୍ବ କରିଥିବା ବେଳେ ମୂଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ମୂଖ୍ୟବକ୍ତା ଭାବେ ବିଜୁ ପଟ୍ଟନାୟକ କଲେଜ ବୋଡ଼େନର ପ୍ରାଧ୍ୟାପକ ଡ: ସାମୁଏଲ ଦାନି ଯୋଗଦାନ କରିଥିଲେ । ବିଦ୍ୟାଳୟର ଉପାଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଅଞ୍ଚଳ, ରାଜ୍ୟ ତଥା ଦେଶର ବିକାଶରେ ଶିକ୍ଷାର ଭୂମିକା, ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା ସହିତ ଚାରିତ୍ରିକ ବିକାଶ ଉପରେ ଆଲୋକପାତ କରିଥିଲେ l ଗତ ୨୫ ବର୍ଷରେ ଆଇ.ସି.ଏସ.ଇ. ବୋର୍ଡ ଅନୁମୋଦିତ ଏହି ବିଦ୍ୟାଳୟ ଅଞ୍ଚଳରେ ଏକ ଆଦର୍ଶ ବିଦ୍ୟାଳୟ ପ୍ରସିଦ୍ଧ ଅର୍ଜନ କରିଛି ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀ ମାନେ ଓଡ଼ିଶୀ, ଭାରତନାଟ୍ୟମ୍, ଗରବl, ବଙ୍ଗାଳୀ, ପଞ୍ଜାବୀ, ରାଜସ୍ଥାନୀ, କମେଡି, ସମ୍ବଲପୁରୀ, ଆଦିବାସୀ ନୃତ୍ୟ ଆଦି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଦର୍ଶକଙ୍କୁ ବିମୋହିତ କରିଥିଲେ ।

କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମକର୍ତ୍ତା, ପୁରାତନ ଛାତ୍ର ଛାତ୍ରୀ ତଥା ଅଭିଭାବକ ମାନେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande