ଫେକ ଆପ୍ଲିକେସନରେ ୧ ଲକ୍ଷ ୭ ହଜାର ଟଙ୍କା ଲୁଟ
ଜୟପୁର, ୧୯ ଡିସେମ୍ବର (ହି.ସ.)- ପୁଲିସ ପକ୍ଷରୁ ସାଇବର ସଚେତନତା କରାଯାଉଥିଲେ ମଧ୍ୟ ଲୋକମାନେ ଟଙ୍କା ଲୋଭରେ ବିଭିନ୍ନ ଆଇଡି ଓ ଆପ ଗୁଡିକ ଲୋଡ କରି ଠକାମିର ଶିକାର ହେଉଛନ୍ତି । ଏହିପରି ଏକ ସାଇବର କ୍ରାଇମ ଠକେଇର ଶିକାର ହୋଇଛନ୍ତି ଜୟପୁର ଗଡିଆ ଧୋବାସାହି ଅଞ୍ଚଳର ଯୁବକ। ଏବ˚ ଅନ୍ୟଜଣେ ଜୟପୁର ସ
ଫେକ ଆପ୍ଲିକେସନରେ ୧ଲକ୍ଷ ୭ହଜାର ଟଙ୍କା ଲୁଟ


ଫେକ ଆପ୍ଲିକେସନରେ ୧ଲକ୍ଷ ୭ହଜାର ଟଙ୍କା ଲୁଟ


ଜୟପୁର, ୧୯ ଡିସେମ୍ବର (ହି.ସ.)- ପୁଲିସ ପକ୍ଷରୁ ସାଇବର ସଚେତନତା କରାଯାଉଥିଲେ ମଧ୍ୟ ଲୋକମାନେ ଟଙ୍କା ଲୋଭରେ ବିଭିନ୍ନ ଆଇଡି ଓ ଆପ ଗୁଡିକ ଲୋଡ କରି ଠକାମିର ଶିକାର ହେଉଛନ୍ତି । ଏହିପରି ଏକ ସାଇବର କ୍ରାଇମ ଠକେଇର ଶିକାର ହୋଇଛନ୍ତି ଜୟପୁର ଗଡିଆ ଧୋବାସାହି ଅଞ୍ଚଳର ଯୁବକ। ଏବ˚ ଅନ୍ୟଜଣେ ଜୟପୁର ସହରର ଯୁବକ। ଫେକ ଆପ୍ଲିକେସନ ଫାଇଲ ପଠାଇ ୨ ଜଣଙ୍କ ଠାରୁ ୧ ଲକ୍ଷ ୭ ହଜାର ୧୩୯ ଟଙ୍କା ସାଇବର ଲୁଟ ହୋଇଥିବା ନେଇ ସାଇବର ଥାନା ଓ ଟାଉନ ଥାନାରେ ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଜୟପୁର ଗଡିଆ ଧୋବା ସାହି ଅଞ୍ଚଳର ଦେବାଶିଷ ନାୟକ ଲେଖି ଜଣାଇଛନ୍ତି ଯେ, ଗତ ୧୬ ତାରିଖ ଦିନ ସନ୍ଧ୍ୟା ସାଢେ ୬ଟା ସମୟରେ ତାଙ୍କ ମୋବାଇଲକୁ ୮୬୩୭୨୪୦୮୨୪ ନମ୍ବରରେ ଏକ ମେସେଜ ଆସିଥିଲା। ମେସେଜ ପୂର୍ବରୁ ତାଙ୍କୁ ତାଙ୍କ ଯେତେ ଏକାଉଣ୍ଟ ଅଛି ସମସ୍ତ ବ୍ୟାଙ୍କରୁ ଫୋନ ମଧ୍ୟ ଆସିଥିଲା। ଶେଷରେ ଏକ ମେସେଜ ଆସିଲା ଏବ˚ ସେ ମେସେଜରେ ଏକ ଆପ୍ଲିକେସନ ଲୋଡ କରିବାକୁ କହିଥିଲେ। ପରେ ବ୍ୟକ୍ତି କଣକ ଆପ୍ଲିକେସନ ଲୋଡ କରିଥିଲେ। ଆପ୍ଲିକେସନ ଲୋଡ କରି ୧୭ ତାରିଖ ଦିନ ଆକାଉଣ୍ଟ ଚେକ କରିବା ସମୟରେ ତାଙ୍କ ଏକାଉଣ୍ଟରୁ ୯୯୯୬୦/-ଟଙ୍କା କଟିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ୧୯୩୦ ଟୋଲଫ୍ରି ନମ୍ବରରେ ଫୋନ କରି ଜଣାଇବା ପରେ ବ୍ୟାଙ୍କ ଏକାଉଣ୍ଟକୁ ବନ୍ଦ କରି ପୁଲିସ ସନ୍ଧାନ ଜାରି ରଖିଛି।

ସେହିପରି ଅନ୍ୟଜଣେ ଜୟପୁର ଅଞ୍ଚଳର ଭିକି ପାତ୍ରଙ୍କ ଆକାଉଣ୍ଟରୁ ୭,୧୩୯/-ଟଙ୍କା କଟିଥିବା ନେଇ ଟାଉନଥାନାରେ ଅଭିଯୋଗ ହୋଇଛି। ପୁଲିସର କହିବାନୁଯାୟୀ, ଗତ ନଭେମ୍ବର ୩୦ ତାରିଖରେ ଭିକିଙ୍କ ମୋବାଇଲକୁ ଫୋନ କଲ ଅସିଥିଲା। ଆପଣଙ୍କ ଏକାଉଣ୍ଟ ଭଲରେ ବ୍ୟବହାର କରୁଥିବା ଯୋଗୁଁ ଆପଣଙ୍କୁ ବ୍ୟାଙ୍କ ତରଫରୁ ୪୦ ହଜାର ଟଙ୍କା ସାଙ୍କସନ ହୋଇଛି ବୋଲି କହିଥିଲେ। ପ୍ରଥମେ ଆପଣ ପ୍ରୋସେସି˚ ଫି ବାବଦରେ ୭, ୧୩୯ ଟଙ୍କା ପଠାନ୍ତୁ ବୋଲି କହିଥିଲେ। କିଛି ଦିନ ପୂର୍ବରୁ ଏକ ଫୋନ ଆସିଥିଲା ଏବ˚ ଏକାଉଣ୍ଟର ସ୍କ୍ରିନ ସଟ ଛାଡିବା ପାଇଁ କହିଥିଲେ ସେ ସ୍କ୍ରିନ ସଟ ଦେବାପରେ ତାଙ୍କ ଏକାଉଣ୍ଟରୁ ପ୍ରଥମ କିସ୍ତି ହିସାବରେ ୭,୧୩୯/-ଟଙ୍କା କଟିଥିଲା। ଏବ˚ ଆସନ୍ତା ୨୦୨୭ ମସିହା ପର୍ଯ୍ୟନ୍ତ କଟିବ ବୋଲି ମେସେଜ ମଧ୍ୟ ଆସିଥିଲା। କିନ୍ତୁ କିଛିଟଙ୍କା ନପାଇ କାହିଁକି ଏତେ ଟଙ୍କା କଟିଲା ବୋଲି ଭିକି ସାଇବର ଥାନା କୋରାପୁଟକୁ ଯାଇଥିଲେ। ସେଠାରେ ୧ ଲକ୍ଷରୁ କମ ହେଲେ ଟାଉନ ଥାନାରେ ମାମଲା ରୁଜୁ କରିବାକୁ କହିବା ପରେ ଭିକି ଟାଉନ ଥାନାରେ ଏକ ମାମଲା ରୁଜୁ କରିଥିଲେ। ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ କହିଛନ୍ତି ଲୋକମାନଙ୍କୁ ସଚେତନ କରାଗଲେ ମଧ୍ୟ ସେମାନେ ସୁଧୁରୁ ନାହାନ୍ତି। ଟଙ୍କା ଲୋଭରେ ସେମାନେ ଆପ ଲୋଡ କରୁଛନ୍ତି ଏବ˚ କଷ୍ଟମର କେୟାରରୁ ଯେଉଁ ଫେକ ଫୋନ ଆସୁଛି ତାହାକୁ ରିସିଭ କରି ଡାଟା ଦେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟଙ୍କା କଟିବାର ୨୪ ଘଣ୍ଟା ମଧ୍ୟରେ ୧୯୩୦ ନମ୍ବରରେ ଫୋନ କରି ଆକାଉଣ୍ଟ ବନ୍ଦ କରିବାକୁ ପଡିବ ବୋଲି କହିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande