
ଭଦ୍ରକ, ୧୯ ଡିସେମ୍ବର (ହି.ସ.) - ପରିବହନ ବିଭାଗର ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ଆଜି ଭଦ୍ରକବାସୀଙ୍କ ହିତକୁ ଆଖିଆଗରେ ରଖି ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପୁତି ଗ୍ରହଣ କରାଯାଇଛି।ବିଶେଷ ଭାବେ ଚରମ୍ପା ଅଂଚଳରେ ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କ ପୁନଃଥାଇଥାନ ପାଇଁ ଓଏସଆରଟିସି ପଡ଼ିଆରେ ଏକ ନୂତନ ମାର୍କେଟ କମ୍ପେ୍ଲକ୍ସ ସହ ସୁସଂଗଠିତ ବଜାର ନିର୍ମାଣ ହେବା ସହ ଭଦ୍ରକ ନୂତନ ବସ ଷ୍ଟାଣ୍ଡକୁ ସମସ୍ତ ଆଧୁନିକ ସୁବିଧା ସହ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ସ୍ପଷ୍ଟ ଓ ଦୃଢ଼ ନିଷ୍ପୁତି ନିଆଯାଇଛି। ଏହି ବୈଠକରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ ଆର ଟି ସି ) ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ଅତିରିକ୍ତ ସଚିବ, ଭଦ୍ରକ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ