
ଗୌହାଟି, ୧୯ ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇ ଦିନିଆ ଗସ୍ତରେ ଆସାମ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଡିସେମ୍ବର ୨୦ ଏବଂ ୨୧ ତାରିଖରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ତାଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତିପ୍ରସ୍ତର ସ୍ଥାପନ କରିବେ ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଗୌହାଟି ସହରକୁ ସମ୍ପୂର୍ଣ୍ଣ ସଜ୍ଜିତ କରାଯାଇଛି । ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ପ୍ରଶାସନ ଆଲର୍ଟ ମୋଡ୍ ରେ ରହିଛି ।
ଅଧିକାରୀଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗୌହାଟି-ଉତର ଗୌହାଟି ଫେରି ସେବା ଡିସେମ୍ବର ୨୦ ଏବଂ ୨୧ ତାରିଖ ଦିନ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବନ୍ଦ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମୟରେ ସୁରକ୍ଷା ଏବଂ ସୁଗମ ଯାତାୟାତ ପ୍ରବାହ ସୁନିଶ୍ଚିତ କରିବା ପାଇଁ ଫେରି ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରିବାର ନିଷ୍ପତି ନିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ